STORYMIRROR

Arundhati Jena

Inspirational

4  

Arundhati Jena

Inspirational

ଜରିଗୋଟାଳି

ଜରିଗୋଟାଳି

1 min
196

ସେ କାନ୍ଧରେ ବଡ଼ ଗୋଟେ ଜରି ମୁଣି ଧରି

କର୍ମକ୍ଷେତ୍ରକୁ ଆଗେଇଚାଲେ ବୀର ପରି।

ଦେହରେ ତାର ଚିରା ଫଟା ପୋଷାକ ପତ୍ର

ହେଲେ ସେ ସବୁରେ ନାହିଁ ତାର ଆଦୌ ଚିନ୍ତା ଦକ।

ଜରିକୁ ଏମିତି ଦୃଷ୍ଟି ନିକ୍ଷେପ କରିଥାଏ ସିଏ

ସତେ ଅବା ମୀନର ସନ୍ଧାନେ ବକଟିଏ।

ଜରି ଟିଏ ପାଇଲେ ସିଏ ନାଚେ ଅପୂର୍ବ ଖୁସିରେ

ସତେ ଅବା ଚକ୍ରବାକ ଝୁମୁଥାଏ ପ୍ରଣୟ ରାଗରେ।

ପେଟ ଭୋକର ଭୌଗୋଳିକ ସୀମା ଯାଏ ଡେଇଁ

ବେଳେ ବେଳେ ଅଇଁଠା ପତରରୁ ଖୁଣ୍ଟି ଖାଏ ସେଥିପାଇଁ।

ରହିବାକୁ ଅବଶ୍ୟ ତାର ପାଖେ ନାହିଁ ବାସସ୍ଥାନ

ସେଥିପାଇଁ ଏଠି ସେଠି ମୁଣ୍ଡ ଗୁଞ୍ଜି ନିଏ ସେ ବିଶ୍ରାମ।

କେବେ କେହି ତାକୁ ପାଗଳ ବୋଲି କରେ ସମ୍ବୋଧନ

ଆଉ କେହି ଚୋର ଖଣ୍ଟ କହି ତାକୁ କରେ ହଇରାଣ।

ଜରି ସବୁ ଠୁଳ କରି ସମାଜ ପାଇଁ କରେ ସେ ମହାନ କାମ

ସଚେତନ ନାଗରିକ ଭାବେ ସିଏ କରେ ସ୍ୱଚ୍ଛତା ଅଭିଯାନ।

ବିଦ୍ୟାଳୟର ମାଟି ବୋଧହୁଏ ସେ ଆଦୌ ମାଡିନାହିଁ

ହେଲେ ପଢାଲେଖା ଲୋକଠାରୁ ବେଶି ସଚେତନ ଅଟଇ।

ସେଥିପାଇଁ ପରିବେଶରେ ଗୋଟେ ଜରି ନ ରଖଇ

ଜରି ମୁଣିରେ ସବୁ ଜରି ଦିଏ ସେ ଆନନ୍ଦେ ପୁରେଇ।

କାହାର କହିବାରେ ତାର କିଛି ଯାଏ ଆସେ ନାହିଁ

ସେ ପରା ସାମାନ୍ୟ ମଣିଷଟେ ବଡ଼ ହେବାର ଆଶା ତାର ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational