STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

କବିତାୟନ-29 : ଜୀବନ :

କବିତାୟନ-29 : ଜୀବନ :

1 min
254


ଜୀବନ ନାମକ ଟିକେଟ ମିଳିଛି ଦୁନିଆ ଦେଖିବା ପାଇଁ,

ସେହି ଟିକେଟରେ ସଂସାର ଦେଖିବା ନିଜେ ଅଭିନେତା ହୋଇ |


ସୁଖ ସ୍ଵାଚ୍ଛନ୍ଦ୍ୟରେ ଚଳିବାକୁ ଲୋଡ଼ା ମୂଲ୍ୟବାନ ଚିଜ-ଧନ,

ଆନନ୍ଦ ମିଳିବ ମାଗଣାରେ ସିନା ସରଳ ରଖିଲେ ମନ |


ସ୍ୱପ୍ନକୁ ବାସ୍ତବ କରିଦେବା ପାଇଁ ଲାଗିଯାଏ ବର୍ଷବର୍ଷ,

ମଞ୍ଜିକୁ ଲଗାଇ ଫଳ ପାଇବାକୁ ଲାଗିଯାଏ କେତେମାସ |


ସତ୍ୟରକ୍ଷା ପାଇଁ କେତେ ତ୍ୟାଗ ଆଉ କଷ୍ଟ ଥାଏ ସହିବାକୁ,

ପ୍ରେମରକ୍ଷା ପାଇଁ ସମଗ୍ର ଜୀବନ ପଡ଼ିଥାଏ ଲଢ଼ିବାକୁ |


ନିଷ୍ଠାର ସହିତ ପରିଶ୍ରମ କରି ହାରିଯାଉଁ କେବେକେବେ,

ଅଜାଣତେ ଦିନେ ସଫଳତା ତାଲା କେହି ଜଣେ ଖୋଲିଦେବେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational