Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mir mustakim alli

Inspirational

4  

mir mustakim alli

Inspirational

ଜୀବନ

ଜୀବନ

1 min
168


ଜୀବନ ଏକ ରଙ୍ଗମଞ୍ଚ 

 କେତେବେଳେ ଆସେ

କେତେବେଳେ ହୁଏ ଶେଷ

ହୁଏନି ଜାଣି !

ଜୀବନ ଏକ କଳାକାର

କେବେ କରେ ଆଭିନୟ

କେତେବେଳେ ସରିଯାଏ 

କେହି ପାରେନା ଜାଣି !

ଜୀବନ ଏକ କାଚର ଘର

କେତେବେଳେ ଭାଙ୍ଗିଯାଏ

କେତେବେଳେ ସଜେଇ ହୁଏ

ହୁଏନି ଜାଣି !

ଯେପରି କାଚରଘର 

ଭାଙ୍ଗିଲେ ହୁଏନି ଯୋଡି ,

ଜୀବନ ଚାଲିଗଲେ

ଆଉ ଆସେନା ଫେରି । 

ଜୀବନର ମୂଲ୍ୟ ନାହି କିଛି

ଜୀବନ ଏକ ମର୍ମସ୍ପର୍ଶୀ 

ଜୀବନ ନୁହେ ଅମୂଲ୍ୟ ସମ୍ବଳ

ରଖିପାରିବା ସାଇତି 

କହିପାରିବନି କେହି  

କେବେ ହେବ ଇତି ।

ଜୀବନକୁ ରଖିବାନି ବାଜି

କାହା ଆଗରେ 

ଜୀବନ ମୂଲ୍ୟବାନ

ସମସ୍ତଙ୍କ ପାଖରେ ।

ଜୀବନ ଥିଲେ 

ଅନନ୍ତ ସୀମା ଆଣିଦିଏ 

ନ ଥିଲେ ମଶାଣିରେ 

ଜାଗା କିଣିଦିଏ 

ଜୀବନ ଥିଲେ ଦେଖାଦିଏ 

ମେଦ ମାଂସ ଅସ୍ଥିରେ 

ନ ଥିଲେ ଦେଖାଦିଏ ମୁଠାଏ ପାଉଁଶରେ । 



Rate this content
Log in

Similar oriya poem from Inspirational