Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ମୂକ ପ୍ରଶାସନ

ମୂକ ପ୍ରଶାସନ

1 min
174



ଆହେ ମାନନୀୟ ମୂକ ପ୍ରଶାସନ

କେବେ ଖୋଲିବ ଯେ ପାଟି l

ଆନ୍ଦୋଳନ ଆସି ଅଠର ଦିନରେ

ପହଂଚିଲାଣି ଏଇଟି ll


ଗାନ୍ଧୀ ମୂର୍ତ୍ତି ପାଖୁ ଉଠେଇ ତ ନେଲ

ଫିରିଙ୍ଗି ପରିକା ତୁମେ l

ସତେ ଅବା କେଡେ ବଡ଼ ଅପରାଧ

କରିଥିଲୁ ବୋଧେ ଆମେ ll


ନିଜ ନାର୍ଯ୍ୟ ପାଇଁ ଲଢୁ ଅଛୁ ଆମେ

ଲଢ଼ୁଛୁ ପ୍ରକୃତି ପାଇଁ l

ମେଗା ଜଳ ନାମେ ଯୋଜନା କରୁଛ

ବହୁରୂପୀ ପରି କାଇଁ ll


ପ୍ରକୃତିର ରକ୍ଷା ପାଇଁ ଯେ ସୁରକ୍ଷା

ଚିନ୍ତା ନାହିଁ ଆଜି କାର l

ଭିତରକନିକା ପଛେ ହଜି ଯାଉ

ପାଣି କିନ୍ତୁ ଦରକାର ll


ସତେ ଅବା ଗୋଟେ ଭଦ୍ରକେ

ନାହିଁ ତ ମଧୁର ଜଳର ନଈ l

ଜଳ ନାମେ ମିଥ୍ୟା କହୁଛ କାହିଁକି

ବଡ ବଡୁଆ ଗୋସାଇଁ ll


ଆନ୍ଦୋଳନ କାରି ଶ୍ରୀକାନ୍ତ କୁ ତୁମେ

କେନ୍ଦ୍ରାପଡ଼ା ରୁ କଟକ l

ଆଣିଲ ଯୋଜିନା କରିହେ ଗୋସାଇଁ

ଭରିଛି ଭିତେ କୋପଟ ll


ଦୀର୍ଘ ବାର ଘଣ୍ଟା ଗଛ ମୂଳେ ସିଏ

ପଡିତ ରହିଲେ ଯାଇ l

କୁଆଡେ ଗଲାହେ ସ୍ୱାସ୍ଥ୍ୟ ସେବା ତୁମ

ପ୍ରଶାସକ ଦେଖା କାଇଁ ll


ଉତ୍ତମ ସେବା ତ ଦେବା ପାଇଁ ତୁମେ

ଆଣିଥିଲ ନେଇ କଟକ l

ସ୍ୱାସ୍ଥ୍ୟ ସେବା ତୁମ କେତେ ଯେ ସକ୍ରିୟ

ଦେଖିଲେ ଜନ ଦର୍ଶକ ll


ଜୀବନକୁ ବାଜି ଲଗାଇ ସେ ଆଜି

କରୁ ଅଛନ୍ତି ସଂଗ୍ରାମ l

ଭିତରକନିକା ସୁରକ୍ଷିତ କର

ନ କଲେ ହେବ ସଂଗ୍ରାମ ll


କୁଆଡେ ଗଲ ହେ! ପୂଜ୍ୟ ପ୍ରେମୀ ଦଳ

ପ୍ରକୃତିକୁ ଭଲ ପାଅ l

ପରିବେଶ ଦିବସେ ଲମ୍ବା ଲମ୍ବା ଯେ 

ଭାଷଣ ଯେତକ ଦିଅ ll


କାଇଁ ଶୁଭୁନାହିଁ କାହାରି ଯେ ପାଟି

ଆଜି ଦରକାର ବେଳେ l

ମାନପତ୍ର ଆଗେ ଲମ୍ବା ଧାଡି ଲାଗେ

କୁହ ପ୍ରେମୀ ସବୁ କାଳେ ll


ଧିକ ତୁମ ପ୍ରେମ ଧିକ ସେ ଭାଷଣ

କଥାରେ କୁହାଯେ ଖାଲି l

ଜଳ ପାଇଁ ଖାଲି ଶ୍ରୀକାନ୍ତ ଲଢୁଛି

ଦେଖୁଛ ଆଖିକୁ ମେଲି ll


ଚୁପ କେତେଦିନ ରହିବ ଏମିତି

ଭାଇ ଜନ ସାଧାରଣ l

ଉଠ ଜାଗ ତୁମେ ରକ୍ଷା କର୍ତ୍ତା ତୁମେ

ବଞ୍ଚାଅ ହେନ୍ତାଳ ବଣ ll


ଆଜି ନ ଉଠିଲେ ଏମିତି ଅନେକ

ଦେଶ ସୌନ୍ଦର୍ଯ୍ୟ ଯେତକ l

ସବୁ ନଷ୍ଟ ହେବ କିଏ ଲୁଟି ନେବ

ଦେଖିବ ହୋଇ ଚାତକ ll


Rate this content
Log in

Similar oriya poem from Inspirational