ମୋ ମାଆ
ମୋ ମାଆ
ସ୍ୱର୍ଗ ଠାରୁ ବଡ଼ ଆକାଶ ଠାରୁ ବେଶି
ସମୁଦ୍ରର ସେ ଅଟେ ଜଳରାଶି
ତା ପଣତକାନି ଶ୍ରୀମନ୍ଦିରର ନେତ
ବିପଦେ ଆମକୁ ରକ୍ଷା କରେ ସେତ ।
ଭାବେ ନାହିଁ ସେ କାହାକୁ ବି ପର
କରୁଣାମୟୀ ସେତ ଦୟାର ସାଗର
ତା ପାଦରେ ଥାଏ ସରଗର ସୁଖ
ଦୂରତା ବି ଲାଗୁଥାଏ ପାଖ ।
ଗାଳି ମାଡ଼ ଦେଇ ସପନ ଦେଖାଏ
ବୁଝେ ମୋର ସବୁ ଅଳି
ଦୁଃଖ କଷ୍ଟ ଆସିଲେ ବି ବଞ୍ଚିବା ଶିଖାଏ
କଷଣେ ନ ଯାଏ ଡ଼ରି ।
