STORYMIRROR

mir mustakim alli

Others

3  

mir mustakim alli

Others

ସ୍ପର୍ଶ

ସ୍ପର୍ଶ

1 min
203

ଝାଉଁଳିଗଲ ମୋ ପ୍ରଥମ ସ୍ପର୍ଶରେ

ପାଖକୁ ଗଲି ବସିଲି

ନିରେଖି ଦେଖିଲି ,

ଭାବିଲି ଛୁଇଁବି ନା ନାହିଁ

କାରଣ ତା ସହ ମୋ ଦେଖା

କାଳେ ଖରାପ ଭାବିବ

ପ୍ରଥମ ମିଳନର ଦିନ

ହୃଦ ହୁଏ ଛୁଇଁବାକୁ ମନ,

ହେ ଲାଜକୁଳୀ

କଣ ତୁମେ ଲାଜ କର

ରହି ହେଉନି ହାତ ବଢାଉଛି

ଖରାପ ଭାବିବନି ମୋତେ

ଏକ ଦୁଇ ତିନି ଛୁଁ... ଛୁଁ... ଛୁଇଁଦେଲି,

ସତେ ତୁମେ ଲାଜ କର ବେଶୀ

ହସି ଦେଲ ମୁରୁକି ମୁରୁକି

ଖୁସି ଲାଗୁଛି ତୁମ ସହ

ସମୟ କିଛି ବିତାଇବା ପାଇଁ,

ତୁମ ଭାବଭଙ୍ଗୀ ବଦଳାଇ ଦେଲା

ମୋ ଟିକି ସ୍ପର୍ଶ କିଛି ସମୟ ପାଇଁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍