STORYMIRROR

Kalandi pal

Inspirational

3  

Kalandi pal

Inspirational

ଶରୀରୀ ଅନ୍ୟ ନାମ

ଶରୀରୀ ଅନ୍ୟ ନାମ

1 min
219



ଶରୀରେ ଶରୀରୀ ସ୍ୱୟଂ ପରଂବ୍ରହ୍ମ

    ବିବେକର ନିଏ ସ୍ଥାନ.

ପ୍ରତିକ୍ଷଣେ ପ୍ରତି ମୁହୂର୍ତ୍ତେ ସୂଚାଏ

    ସତପଥ ସତକର୍ମ l


ଶରୀରର ଅନ୍ୟ ନାମ ତ ପକୃତି

    କ୍ଷଣ ଭଙ୍ଗୁର ତା କାଳ.

ଶରୀରୀର ନାମ ଜୀବତ୍ମା, ବିବେଜ

    ଅଜର ଅମର ଚିର. l


ଜୀବତ୍ମା ଶରୀର ସମ୍ବନ୍ଧ ମାନିଲେ

    " ଉପଦ୍ରଷ୍ଟା "କୁହାଯାଏ.

ଉଭୟେ ମିଳିତେ ଅନୁମତି ଦେଲେ

   "ଅନୁମନ୍ତା " ନାମ ଥାଏ l


ଭରଣ ପୋଷଣକାରି ହେବା ଯୋଗୁଁ

    ଅନ୍ୟ ନାମ ତାର "ଭର୍ତ୍ତା".

ସୁଖ ଦୁଃଖ ନେଇ ଆତ୍ମା ଓ ପକୃତି

    ଭୋଗୁ ଥିବା ହେତୁ "ଭୋକ୍ତା ". ।


ଶରୀରେ ଶରୀରୀ ବାସ ଘର ସିନା

    ଶରୀରଠୁଁ ଅଟେ ଭିନ୍ନ.

ଅତୀତ ଶରୀରେ ସମ୍ବନ୍ଧ ନ ଥାଏ

     ଆତ୍ମା ନୁହେଁ ପରାଧୀନ l

   

   


Rate this content
Log in

Similar oriya poem from Inspirational