ଆସ ଅବତାର ନେଇ
ଆସ ଅବତାର ନେଇ
ଆସ ପ୍ରଭୁ କୃଷ୍ଣ ଅବତାର ନେଇ
ଅଷ୍ଟମୀ ତିଥିରେ ଆଜିତ
ଅଧର୍ମକୁ ନାଶି ଧର୍ମ ସଂସ୍ଥାପନେ
କୀର୍ତ୍ତି ତୁମ ଯୁଗ ଯୁଗାନ୍ତ.
କାନ୍ଦି ଚାହିଁଛି ବସୁଧା ମାତା ତ
ଆସ ଆସ କୃଷ୍ଣ ଅବତାରେ ତ l
ଗୋଟିଏ ବଦଳେ କୋଟି କୋଟି କଂସ
ଶୋଷି ପିଉଛନ୍ତି ରକତ
ସ୍ୱାର୍ଥକୁ ସାରଥୀ କରୁଛନ୍ତି ଏଠି
ଭାଷଣଟା ତାଙ୍କ ଶକତ
ଫୁଙ୍କି ଦିଅ ଥରେ ପଞ୍ଚଜନ୍ୟ ଶଙ୍ଖ
ସୃଷ୍ଟି ହେଉ ମହାଭାରତ
ପୁଣ୍ୟ ଯୁଗେ ଯୁଗେ ରହୁ ଅକ୍ଷତ l
ଡାକୁଛି ବସୁଧା ଆସ ପ୍ରାଣ ରାଧା
ସହାୟ ହୁଅ ହେ ତ୍ୱରିତ
ପାପ ଭାରା ଆଉ ସହିପାରୁନାହିଁ
ପାପେ ହୁଏ କଣ୍ଠlଗ୍ରତ
ପଠାଇ ପ୍ରଭୁ ହେ ସୁଦର୍ଶନ ଚକ୍ର
କଂସ ଗଣେ କର ନିପାତ
ଯେବେ ରହିବ ଏହି ସୃଷ୍ଟି ତ l