STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ପୁଞ୍ଜିପତିର ଅହଂକାର ଧ୍ୱଂସ ହେବ

ପୁଞ୍ଜିପତିର ଅହଂକାର ଧ୍ୱଂସ ହେବ

2 mins
355


ସରବ ପ୍ରକାର ଜ୍ଞାନ ତ ଉତ୍ପନ୍ନ 

ହୁଅଇ, ଶିକ୍ଷାରେ, 

ମଣିଷର ମାନ ଓ ପ୍ରତିଷ୍ଠା ପ୍ରାପ୍ତ 

ହୁଅଇ ଶିକ୍ଷାରେ |୧|


ଆତ୍ମଗର୍ଵ ସୃଷ୍ଟ ହେଲେ ବିଦ୍ୟାକୁ 

ନଷ୍ଟ କରି ଦିଏ,

ନିଜସ୍ୱ ପ୍ରାକୃତିକ ଆନନ୍ଦ ସ୍ୱଭାବକୁ

ମାରି ଦିଏ |୨|


ଅହଂକାର ଜାତ ହୁଏ, ଶୋଷଣ

ଲବ୍ଧ ଧନରେ,

କାରଣ, ଧନ ସେ ପାଇ ନାହିଁ 

ଶ୍ରମର ବଳରେ |୩|


ଧନ ଓ ଯୌବନ କେବେ ନୂହେଁ 

ଚିର ସହଚର,

ସହନଶୀଳତା ନଥାଏ ଯାହାର 

ରହିଛି ଅହଂକାର |୪|


ଧନ, ଯୌବନ ଓ ଲୋଭ ସୃଷ୍ଟି 

କରଇ ଅହଂକାରକୁ,

ଅହଙ୍କାରୀ ହରାଇ ଥାଏ ସରବ 

ଖୁସି ଓ ଆନନ୍ଦକୁ |୫|


ଯେତେ ଜ୍ଞାନ ଥିଲେ ମଧ୍ୟ ଗରବ 

ଟାଣେ ମୁର୍ଖତାକୁ,

ବିନା ଯୋଗ୍ୟତାରେ ବି ଶାସନ 

କରିବା ରାଜାକୁ |୬|


ଏବେ ଏହି ଚରିତ୍ର ପାଇବା ସଦା 

ସାରା ଧରାରେ

ସଂସାରେ ଶାସନ କରନ୍ତି ସେ ମଦ 

ଟଙ୍କା ବାଣ୍ଟିରେ |୭|


ଧନ ଠୁଳ କରିଛନ୍ତି ଶ୍ରମିକର ଶ୍ରମକୁ 

ଶୋଷଣ କରି

ଭାବନ୍ତି ପୁଞ୍ଜିବାଦ ଶାସନ ରହିଛି, ରହିବ 

ଯୁଗ ଯୁଗ ଧରି |୮|


କିଛି ପଣ୍ଡିତ ଖୁସି କରିଥାନ୍ତି ପୁଞ୍ଜିବାଦୀ 

ଶାସନକୁ

ତର୍କ ମାଧ୍ୟମରେ ଭୁଲ ପରିଣତ କରନ୍ତି 

ଠିକ୍ କଥାକୁ |୯|


ରକ୍ତ ନିଗାଡି ତୋଳେ ଶ୍ରମିକ, ପ୍ରାସାଦ 

ମାଳକୁ ମାଳ 

ପିଲାଙ୍କ ପେଟ ପାଇଁ ରାଜଦାଣ୍ଡେ ଠିଆ 

ହେଲେ ଚଳାଅ ବନ୍ଧୁକ ମୂନ |୧୦|


ବରଷା ପବନ ଶୀତ ଖରା ସହି ହସାଏ

ସୁନାର ଖେତ 

ଚୁଲି ଜଳେନି ପେଟ ଭରେ ନାହିଁ ପାଏନି

ମୁଠାଏ ଭାତ |୧୧|


ବନ୍ଧୁକ ଶକ୍ତି ଦେଖାଇ କୃଷକଠୁ ନେଲରେ 

ସବୁ ସାଉଁଟି 

କଙ୍କାଳ ମାଳ କାଙ୍ଗାଳ କୁହ ପେଟ ବଢେଇ 

ତୁମେ ଲୁଣ୍ଠନକାରୀଟି |୧୨|


ତୁମେ କି ବୁଝିବ ଦରିଦ୍ର ବୁକୁର ବେଦନା, 

ସେ କେତେ ଅସହ୍ୟ 

ହୃଦୟ ତ ନାହିଁ ପୁଞ୍ଜିର ନିଶାରେ, ପ୍ରକୃତି

କେମିତି କରିବ ସହ୍ୟ |୧୩|


କାନିକା ମାଂସ ଖିରିପୁରୀ ଖାଇ ତ୍ରିତଳ

ପ୍ରାସାଦେ ଜୀବନ କାଟ

ବୋଲାଅ ସର୍ବହରା, ଆମେ ତୋରାଣୀ 

ମୁନ୍ଦେରେ ଭରୁଛୁ ପେଟ |୧୪|


ମାର୍କ୍ସବାଦର ଇସ୍ତାହାର, ହେ ତୁମେ ଲେଖି

ଯାଇଛ ଶ୍ରମିକ ପାଇଁ,

ପୀଡ଼ିତ ପ୍ରାଣର ମରମ ବେଦନା ସେଥିରେ 

ଯାଇଅଛ ଗାଇ |୧୫|


ଖୋଜୁଛି ତମକୁ ଚାଷୀ ଓ ଶ୍ରମିକ ସମାଜ

ଭିଜା ଭିଜା ଆଖି ନେଇ

ହେ ବିପ୍ଳବୀ, ଖୋଜୁଛି ତମକୁ, ଚିର ଲାଂଛିତ  

ଅଶ୍ରୁର ଆଖିରେ ଶ୍ରମିକ ଭାଇ |୧୬|


ତମର ସେ ଜ୍ଞାନର ବହ୍ନି ଶିଖା ଏବେ ବି ଲିଭିନି  

ଜଳୁଛି ଅଲିଭା ହୋଇ

ଆମେ ମେ ପହିଲାର ହେଉ ଏକତ୍ରିତ, ଆମ 

ଶିର କେବେ ନଇଁବ ନାହିଁ |୧୭|


ପୁଞ୍ଜିବାଦରେ ଶୋଷଣ, କଷଣ, ଲୁଣ୍ଠନ ଓ ଧର୍ଷଣ  

ବଢ଼ୁଛି ଦିନକୁ ଦିନ

ଆମେ ତ ଶୋଷିତ ଆମର ଭାଗ୍ୟକୁ ବଦଳାଇବା 

ଲାଗି ଦରକାର ନାହିଁ ଭଗବାନ |୧୮|


କମ୍ୟୁନିଷ୍ଟ ମାନିଫେଷ୍ଟରେ ତମେ କହିଅଛ ଶ୍ରମିକ

ନିଜ ଅଧିକାର ପାଇଁ

ଭାଗ୍ୟ ଭଗବାନ ଛାଡି ସାଲିସ୍ ବିହୀନ ସଂଗ୍ରାମ 

ଲୋଡ଼ା କ୍ରାନ୍ତିର ଗୀତି ଗାଇ |୧୯|


ଦୁନିଆର ଶ୍ରମିକ ହୁଅ ଏକାଠି, ଡାକରା ଦେଲ

ସର୍ଵହରାଙ୍କ ଲାଗି

ବୁର୍ଜୁଆ ଶୋଷକର ରକ୍ତରଞ୍ଜିତ ସିଂହାସନ ତମେ  

ଅଚିରେ ଦେଇଛ ଭାଙ୍ଗି |୨୦|


ରକ୍ତ ମାଂସ ଧରି ଶୋଷଣ, କେତେ ଯେ ସହିବୁ, 

ଆଉ ସହିବୁନି ତୁମ ଅନୀତି 

ଧରା ପକେଇବୁ କଅଁଳ କଥାର ଛଦ୍ମ ବେଶ ତୁମ 

କହି ପାରିବୁନି ତୁମେ ହିଁ ସତୀ |୨୧|


ଶ୍ରମର ପ୍ରାପ୍ୟ ଆମର ନେବୁରେ ଛଡେଇ ଅଛୁ

ଯେତେ ନିଷ୍ପେସିତ ଶ୍ରମିକ ଜାତି,

କୋଣ ଅନୁକୋଣେ, ହୋଇଛୁ ଜାଗ୍ରତ,ରହିଲୁଣି 

ଆମେ ଶ୍ରମିକ ଭାଇ ସଭିଏଁ ତାତି |୨୨|


ଆସ ଆସ ଚାଷି ଶ୍ରମିକର ଜାତି ଜାଗ୍ରତ ହୁଅ 

ଶୋଷକ କୁଳକୁ ଦେବାରେ ନାଶି 

ଲାଲ ପତାକାରେ ଥରାଇବା ଆମେ ଧରଣୀ 

ଆକାଶ ସମସ୍ତେ ମିଶି |୨୩|



Rate this content
Log in

Similar oriya poem from Inspirational