ପୁଣି ଥରେ ନିଅ ଅବତାର
ପୁଣି ଥରେ ନିଅ ଅବତାର


ଭୋକିଲା ମାଟି
ତୃଷାର୍ତ୍ତ ଆକାଶ
ଉଜାଗର ମହୋଦଧି
ଲୋଡୁଛି ଆଉ ଏକ ଅବତାର।
ଏ ସଚରାଚର
କୃଷ୍ଣମନସ୍କ
ଗୋପାଙ୍ଗନା ମନ ନେଇ
ଚାହିଁ ବସିଛି
ଆଉ ଏକ ବିବର୍ତ୍ତନ ।
ଉନ୍ମୁକ୍ତ ହେଉ
କାରାଗାର
ଫିଟି ଯାଉ
ସମସ୍ତ ଶୃଙ୍ଖଳ
ଫାଟି ଯାଉ
ସମଗ୍ର ଆକାଶ
ଉଜାଣି ଲଙ୍ଘୁ
ଯମୁନାର ଦୁଇ କୂଳ
କଦମ୍ଵାୟିତ ହେଉ
ଗୋପଠୁ ବୃନ୍ଦାବନ
ପବନରେ ଭାସି ଆସୁ
ମୁରଲୀ ସଙ୍ଗୀତ
ଆନମନା
ହେଉ ବାଳା
କଳଙ୍କିନୀ
ହେଉ ପଛେ ରାଧା
ଏକାନ୍ତରେ
ମନ୍ତ୍ରଣା ହେଉ
ଅକ୍ରୁର ସଙ୍ଗତେ
ମଥୁରା ଧ୍ଵଂସ ହେଉ
ହେଉ କଂସର ମରଣ ।