STORYMIRROR

Priyadarsini Das.

Abstract

2  

Priyadarsini Das.

Abstract

ପଥର

ପଥର

1 min
3.3K

ବଳିଷ୍ଠ ଶରୀର , ମିଶ୍ରିତ ବାହୁବଳ ର 

 ଭଙ୍ଗା କାଚ ବୋତଲ ରୁ ନାଲି ଆଖି , 

 ମାଟି ଉପରେ ଗଡ଼େଇ ଗଡ଼େଇ ନିଏ

ତା ଶୀକାର କୁ  

ମାଇଲ ମାଇଲ ରାସ୍ତା


ନଜର ଥାଏ ତାର ଦୀନ ର ଇଞ୍ଚେ ବହଳ ର ପଶିଲା ପେଟ ରେ , 

ସାତ ଚିରା ସେ ହାଟ ଝୁଲା ରେ , 

ରବି ରଶ୍ମି ସହ ବର୍ଷା ରାଣୀ ର 

ବୁନ୍ଦା ବୁନ୍ଦା ବାରି ଝରି ଆସୁଥିବା ସେ ଚାଳ ଉପରେ


ନିଜ ର ବାଟ ଆଣି ନପାରିଲେ

ସିଧା ଅବା ବଙ୍କା ଆଙ୍ଗୁଳି ରେ 

ବେକ ପାଖ ଧମନୀ ରୁ ଗିନା ଗିନା ରକ୍ତ ଆଣି ନିଜ ପାଦ ଧୋଇବାକୁ ବେଶ୍ ଭଲ ପାଏ ସେ


ତା ଠୁ ଝିଂଟ ଖାଇ ପଡି ଯାଉଥିବା 

ପ୍ରତି ଜିନିଷ କୁ ଦେଖି 

ଗର୍ବ ର ବନ୍ଧ ବାନ୍ଧି ପକାଇ ସେ


ତା ପାଦ ଦେଶ କୁ ଛୁଁ ନଥିବା 

ଜୀବ କୁ ମାଡ଼ି , ଚକଟି , ଟାଣିବାକୁ

ଭାରି ଇଚ୍ଛା ଥାଏ ତାର


ନଇଁ ପଡ଼ିଥିବା ମେରୁଦଣ୍ଡ ରେ 

ଶକ୍ତ ବିଧା ଟିଏ ଦେଇ ଅକର୍ମା କରେଇ ଦେବାରେ ସେ ହୁଏ ଭାରି ଆନନ୍ଦିତ


ହେଲେ ଜାଣିନି ସେ

ସେ ପଥର ହେଲେ ବି 

ତାକୁ ଡିନାମାଇଟ୍ ପକେଇ ଉଡେଇବାର କ୍ଷମତା ଥାଏ କିଛି 

ସ୍ୱ ଅଭିମାନୀ ଆତ୍ମା ଟେ ପାଖରେ


ସମସ୍ତେ ଭାଙ୍ଗି ପଡ଼ନ୍ତିନି ତାର 

ବଳିଷ୍ଠ ଶରୀର ଆଗରେ , 

ମୁଣ୍ଡ ଟେକି , 

ବିରୋଧ ର ଉଚ୍ଚ ସ୍ୱର ଉଠେଇ

ଲଢ଼ିବାର ଶକ୍ତି ବି ଥାଏ କିଛି ନିର୍ଭୀକ ପାଖର


ପଥର ଯେତେ ଶକ୍ତି ଶାଳୀ ହେଉ ପଛେ

ଜଣେ ଦକ୍ଷ କାରିଗର ନିହାଣ ରେ 

ତା ମନ ମୁତାବକ ମୂର୍ତ୍ତି ଟେ ଗଢିଦିଏ 

ନଚେତ୍ ଚୂର୍ଣ୍ଣ ପଥର କୁ ନେଇ ରାସ୍ତା ଟେ ବନେଇ ଦିଏ


ସେତେବେଳେ ଧୂଳିସାତ ହୋଇଯାଏ 

ସେ ଗର୍ବ , ସେ ଅହାମିକ

ଆଉ ସେ 

ଅକାଜୀ ପାରୁକାପଣିଆ ଉପରେ

ଲାଗିଯାଏ ଚୂର୍ଣ୍ଣ , କାଳିମା ର ଏକ ଅଦୃଶ୍ୟ ପରସ୍ତ

ଯାହାକୁ ଚାହିଁ ବି ଲିଭେଇ ପାରେନି ସେ ବଳିଷ୍ଠ ପଥର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract