ପଥର
ପଥର
ଅନେକ ଲୋକଙ୍କ ସୁସଂସ୍ପର୍ଶେ ଆସି
ମଣିଷଙ୍କ ପରି ନହୁଏ ଯିଏ ,
ଇର୍ଷା ଓ ଜ୍ଵଳନ ଯେ ମଣିଷେ ଥାଏ
ପଥରଟି ତୁଲ୍ୟ ମଣିଷ ସିଏ ।୧।
ପଥରରେ ଗଢା ମନଟି ଯାହାର
ଯେତେ ଯାହା କଲେ ବଦଳେ ନାଇଁ ,
ଆନ୍ତରିକ ଶ୍ରଦ୍ଧା ସ୍ନେହ ପରିଭାଷା
ମୂଲ୍ୟହୀନ ଅଟେ ତାହାରି ପାଇଁ ।୨।
ଓଠାେ ତଳେ ଯା'ର ହସ ଦେବା ଲାଗି
ଅଣ୍ଟିରେ ପଥର ସାଉଁଟ ତୁହି ,
ଆବୁଡ଼ା ,ଖାବୁଡା ଦେହ ବୋଲି ଛୁଇଁ
ନ କୁହନ୍ତୁ ତାକୁ ପଥର କେହି ।୩।
ପଥରରେ ଯା'ର ଶରୀରଟି ଗଢା
ସେ କାହୁଁ ବୁଝିବ ମଣିଷ କଥା ,
ଛଳନାର ସେହି ମାଙ୍କଡ଼ା ପଥରେ
ବଳି ପଡ଼ିଯାଏ ନିଜସ୍ଵ ସତ୍ତା ।୪।
କିପରି ବୁଝିବା ମନ ତଳେ କା'ର
ଛଳନାର ସେହି ଆପଣା ପର ,
ଛଳନା ପଥର ମନତଳେ ପୁଣି
ତଥାପି କରିଛେ ନିଜର ଘର ।୫।