STORYMIRROR

Hitesh Mohapatra

Romance Tragedy Classics

3  

Hitesh Mohapatra

Romance Tragedy Classics

ମୋ ପାଇଁ ମନା

ମୋ ପାଇଁ ମନା

1 min
206


ମୋ ପୁରୁଣା ପ୍ରେମିକା 

କେବେ କେବେ ମତେ ମାନେ ପକାଏ 

ମାତ୍ର, ମୋତେ ମନେ ପକାଇବା ମନା ।


ନିଜର ସୁବିଧା ଦେଖି କେବେ କେବେ

ସେ ଡାକ ପକାଏ 

ମାତ୍ର ମୋତେ ଡାକ ପକେଇବାକୁ ମନା ।


ନିଜର ସ୍ୱାର୍ଥକୁ ସେ ପ୍ରେମର

ନାମ ଦେଇପାରେ 

ମାତ୍ର , ମୋ ତ୍ୟାଗକୁ 

ପ୍ରେମ କହିବା ମନା ।


ନିଜର ନିର୍ଲଜ ପଣରେ ଗଢ଼ିଥିବା ସଂସାରକୁ

ସେ ସଜେଇ ହେଉଥାଏ 

ମାତ୍ର , ମୋ ସଂସାରରେ ତା ପାଇଁ 

ଆଉ ସ୍ଥାନ ନାହିଁ 

ଏହା ଜଣାଇବାକୁ ମନା ।


ାର ବର୍ତ୍ତମାନରେ ମୁଁ ନାହିଁ ବୋଲି, ସେ ଦୁଃଖୀ 

ସେ ଏହି ଅଭିନୟ ଟି କରିପାରେ 

ମାତ୍ର, ମୁଁ ସତରେ ଯେବେ କୁହେ, ତା ବିନା ମୁଁ ସୁଖୀ 

ଏ ସତ ମତେ କହିବା ମନା ।


ସେ, ନିଜର କହିଥିବା ପ୍ରତିଟି ଶବ୍ଦ ର ଛଳନା କୁ 

ମୋ ଉପରେ ଠେଲି ଦେଇ ପାରେ 

ମାତ୍ର , ତାର ଧୋକା ଉପରେ 

ଆଙ୍ଗୁଳି ଉଠେଇବା ମନା ।


ଜେତେ ଭି ସେ କରୁ ନା କାହିଁକି ମନା 

ତା ମନ ଜାଣେ , 

କାହାର ଥିଲା ପ୍ରେମ

ଆଉ କାହାର ଥିଲା ଛଳନା

ଆଉ ସେଇଥିପାଇଁ , ସମୟ

ମୋ ତରଫରୁ ଆଉ ମୋ ଜୀବନରେ

ତାର ପ୍ରବେଶକୁ କରିଥିଲା ମନା ।


Rate this content
Log in

Similar oriya poem from Romance