STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଭୁଲ୍ ବୁଝିବୁନି

ଭୁଲ୍ ବୁଝିବୁନି

1 min
129


  ମୋ ପ୍ରେମକୁ ଭୁଲ୍ ବୁଝିବୁନି

  ମୋ ଭଲ ପାଇବାକୁ ଭୁଲ୍ ବୁଝିବୁନି

  ମୋ ହୃଦୟକୁ ଭୁଲ୍ ବୁଝିବୁନି

  ମୋ ହୃଦୟ ଦରଦକୁ ଭୁଲ୍ ବୁଝିବୁନି ।


  ଯେତେ ଭଲରେ ରହିଲେ ରହିଥା ତୁ

   ମୋ ପ୍ରେମର ଅର୍ଥକୁ ଭୁଲ୍ ବୁଝିବୁନି

  ସ୍ୱାର୍ଥ ଅର୍ଥେ ଅନ୍ଧ ହୋଇ

   ମୋ ହୃଦୟର ପ୍ରେମ ବେଦନାକୁ

   ଭୁଲ୍ ବୁଝିବୁନି ।

  

  ଲକ୍ଷପତି ଅବା କୋଟିପତି ହୁଅ ତୁ

  ପ୍ରେମ ପରୀକ୍ଷାରେ 

  ପ୍ରେମର ମୂଲ୍ୟକୁ ତୁ

  ଭୁଲ୍ ବୁଝିବୁନି ।


  ସୁଖରେ ଥା କି ଦୁଃଖରେ ଥା ତୁ

  ମୋ'ର ପ୍ରଥମ ପ୍ରେମକୁ ଭୁଲ୍ ବୁଝିବୁନି

   ସଂସାର ନିୟମେ ବାନ୍ଧି ହୋଇଯାଇ

   ମିଛ ପରିବାର ମୋହେ ଛନ୍ଦି ହୋଇଯାଇ

   ମୋର ନିଃସ୍ଵାର୍ଥ ପ୍ରେମକୁ ଭୁଲ୍ ବୁଝିବୁନି ।


   ଯାହା କରିଗଲୁ ମୋ ସହିତ ସବୁ

   ସେ ଭୁଲକୁ ଆଖି ବୁଜିବୁନି

  ମୋ'ର ଶାଶ୍ଵତ ପବିତ୍ର ପ୍ରେମକୁ

   ଅର୍ଥ କ୍ଷମତା ନିକିତି ଧରି

    ତଉଲିବାକୁ କେବେ ଭାବିବୁନି

   ପବିତ୍ର ପ୍ରେମର 

   ପବିତ୍ର ହୃଦୟ ଓ ମନର ବନ୍ଧନ

   କେବେ ଲିଭି ନାହିଁ ସେ ଲିଭିବନି

  ଯେତେ ପାରୁ ତୁ ଆମ ଅଭୁଲା ପ୍ରେମକୁ

   କେବେ ଭୁଲ୍ ବୁଝିବୁନି ।


   ସଂସାର ଜଞ୍ଜାଳେ ବୁଡି ରହି

   ସ୍ଵାମୀ ସନ୍ତାନଙ୍କ ସୁଖେ ଜଡି ରହି

   ଏ ଅଦୃଶ୍ୟ ଅତୀତର

    ଅଭୁଲା ପ୍ରୀତି ପ୍ରଣୟର

    ଆମ ପ୍ରେମର ଅଭୁଲା ମୁହୂର୍ତ୍ତକୁ

    କେବେ ଭୁଲିବୁନି

   ଆମ ମଧ୍ୟେ ଥିବା ଅତୀତର

    ସେ ମନାନ୍ତର ଓ ମତାନ୍ତରର

    ମୁହୂର୍ତ୍ତଗୁଡିକୁ କେବେ

   ଜୀବନେ ତୋ ଭୁଲ୍ ବୁଝିବୁନି ।


   ସୁଖ ଦୁଃଖ ମଧ୍ୟେ ରହିଲେ ବି

   ମନ ହୃଦୟକୁ କେବେ ଊଣା କରିବୁନି

    ସବୁ ପରିସ୍ଥିତିକୁ ମୁକାବିଲା କରି

   ଜୀବନ ଯାତ୍ରାରେ କେବେ ହାରିବୁନି

   ମାୟା ମମତାରେ ପଡି

    ଅସତ୍ୟ ଅନ୍ୟାୟକୁ କେବେ ଡରିବୁନି

    ପ୍ରେମ ମନ୍ଦାକିନୀ ସାଜି

     ସଂସାର ମଙ୍ଗଳ କରିବା ପାଇଁ

    କେବେ ପଛ ଘୁଂଚା ଦେବୁନାହିଁ

   ମୋ ପ୍ରେମରେ ଯଦି ରହିଥାଏ ତ୍ରୁଟି

   କ୍ଷମା କରିଦେଇ ଆମ ଅମର ପ୍ରେମକୁ

    କସ୍ମିନ୍ କାଳେ ମୋତେ ଭୁଲ୍ ବୁଝିବୁନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy