STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ସବୁର କାରଣ ତୁହି

ସବୁର କାରଣ ତୁହି

1 min
151


ଯାହା ସେ ପରିସ୍ଥିତି ଘଟେ ବ୍ରହ୍ମାଣ୍ଡ ଭିତରେ


     କରୁ ଭିଆଣ ତୁହି ବିଶ୍ବର ହୀତରେ,


ଯୁଦ୍ଧ ତାଣ୍ଡବ କିମ୍ପ, ବିଶ୍ବର ହୀତରେ


     ବୁଝି ହୁଏ ନାହିଁ ସେ, ତହରି ନୀଳାରେ।



ବିଶ୍ବ ଭୟଭୀତ ହିଁ, ଭୟରେ ଜନତା


     ଯୁକ୍ରେନ ରୁଷ ଯୁଦ୍ଧେ, ମରନ୍ତି ଜନତା,


ଯୁଦ୍ଧ କ୍ଷେତ୍ର କରେ ସେ, ମନ ବିଚଳିତ


     ଧନ ସମ୍ପତ୍ତି କ୍ଷତି, ହୁଏ ଅପର୍ଯ୍ୟାପ୍ତ।



ଶୁଭେ ହାହାକାର ତହିଁ, ରୋଦନର ସ୍ବର


    ମରୁ ଛନ୍ତି ଜନ ତହିଁ, ଅସ୍ତ୍ର ଭୟଙ୍କର।


ଅସ୍ତ୍ର ଅତ୍ୟାଧୁନିକ, କମ୍ପି ଉଠେ ମହି,


    ଯୁଦ୍ଧ ବନ୍ଦ ହେଲେ ହିଁ, ଶାନ୍ତି ହେବ ମହି।



ତୃତୀୟ ବିଶ୍ବ ଯୁଦ୍ଧ, ବିଶ୍ବେ ସତେ କି ହୋଇବ


    ମାଳିକାର କଥା କି, ପୂରଣ ହୋଇବ,


ରାଷ୍ଟ୍ର ଅହଙ୍କାରୀ, ସେ ଧୂଳିରେ ମିଶିବ


    ସତରେ କି ଏହୁ ବ୍ରହ୍ମାଣ୍ଡ, ବିନାଶ ହୋଇବ।



କୃପାସିନ୍ଧୁ କୃପା, କରହେ ସୃଷ୍ଟି ଭୂମଣ୍ଡଳେ


    ସଦବୁଦ୍ଧି ହେଉ ଟି, ରାଷ୍ଟ୍ରଙ୍କର ମେଳେ।


ଶାନ୍ତିବାର୍ତ୍ତା ହେଉ ସେ, ଦୁଇ ରାଷ୍ଟ୍ରଙ୍କରେ


    ଜ୍ଞାନ ଭରି ଦିଅ ହେ ,ରାଷ୍ଟ୍ରଙ୍କ ମଧ୍ୟରେ।



ସ୍ବାର୍ଥରେ ଭୂଷିତ ସେ, ରାଷ୍ଟ୍ର ହୋଇଛନ୍ତି


   ସ୍ବାର୍ଥ ନିମନ୍ତେ, ସର୍ବେ କାର୍ଯ୍ୟ କରୁଛନ୍ତି।


ଯୁଦ୍ଧ ଭୟଙ୍କର ଏ, ନିଜ ଲାଭ ପାଇଁ


   ଜ୍ଞାନ ବାର୍ତ୍ତାଲାପେ, ଦିଅ ହେ ଗୋସାଇଁ।



ବୁଦ୍ଧି ଜ୍ଞାନ ଦିଅ ହେ ସମସ୍ତ ରାଷ୍ଟ୍ରରେ


   ନିଜ ସ୍ବାର୍ଥ ଘୁଞ୍ଚୁ, ଏ ଶାନ୍ତିର ବାର୍ତ୍ତାରେ।


(ନହେଲେ)ତୃତୀୟ ବିଶ୍ବ ଯୁଦ୍ଧ କାରଣ ହୋଇବ


    ପରମାଣୁ ପ୍ରୟୋଗ, ଅବଶ୍ୟ ହୋଇବ।



ତାରେ ଜ୍ଞାନ ନାହିଁ ସେ, ଅସ୍ତ୍ରେ ଶକ୍ତିଶାଳୀ

   

    ଦ୍ୱନ୍ଦ୍ୱ ହିଁ କରାନ୍ତି ସେ, ହୋଇ ବଳଶାଳୀ।


ତବ ସୃଷ୍ଟି ବିନାଶାରେ ହିଁ, ତାଙ୍କ କାରୁକାର୍ଯ୍ୟ

    

    ଦିଅ ହେ ଅହିଂସାର ମନ୍ତ୍ର, ହେଉ ଶାନ୍ତି କାର୍ଯ୍ୟ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract