STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ପଥିକ --------

ପଥିକ --------

1 min
411


ଅଜଣା ପଥିକ

ଦୁର୍ଗମ ପଥରେ

ଚାଲୁଛି ମୁଁ ଏକା ଏକା,

ଅପେକ୍ଷା ମୋ ନାହିଁ

କାହାରି ପାଇଁକି

ମନରେ ବି ନାହିଁ ଦକା। 

ଆସିଛି ଏଠିକି

ଚାଲିବା ପାଇଁକି

କଠିନ ଜୀବନପଥ,

ଜଟିଳ ପଥକୁ

କରିବି ସରଳ

ଏହି ମୋ ବଜ୍ର ଶପଥ। 

ବସିଗଲେ ଥରେ

ଜୀବନପଥରେ

ଲାଗିବ ମୋଠି ଶିଉଳି,

ବାଲିଗରଡା ମୁଁ

ସାଜି ଚାଲୁଥିବି

ଲାଗିବନି ଦେହେ ମଳି। 

ଏକକ୍ଷଣ ଯଦି

ଚାଲିଯାଏ ହାତୁ

ଆଉ ନ ଆସିବ ଫେରି,

ନିୟତିକୁ ଖାଲି

ଦୋଷଦେବା ସାର

ମନସ୍ତାପ କରିକରି। 

ଚାଲିଚାଲି ଖାଲି

ପଥ ସାରିଦେଲେ

ସରିବ ସିନା ଜୀବନ,

ଚାଲିବାଟା ଯଦି

ଜନହିତେ ନୁହେଁ

ତାହା ବୃଥା ହସ୍ତୀସ୍ନାନ। 

ଯଦି କର୍ମମୟ

ପ୍ରତିଟି ମୁହୂର୍ତ୍ତ

ଏ ସୃଷ୍ଟିର ହିତପାଇଁ,

ତାହେଲେ ଚାଲିବା

ସଫଳ ଅଟଇ

ଅନ୍ୟଥା ବୃଥା ଅଟଇ। 

କର୍ମ ଉଦ୍ଦେଶ୍ୟରେ

ଯେତେ ଚାଲିଲେବି

ଲାଗେନାହିଁ କେବେ ଥକା,

କର୍ମ କରୁଥିବା

ଲୋକକୁ ସମୟ

ଦିଏନାହିଁ କେବେ ଧୋକା। 

କର୍ମ ମାଧ୍ୟମରେ

ମଣିଷ ହାତରେ

ସମୟ ଦିଅଇ ଧରା,

ଅକର୍ମା ବୃଥାରେ

ଚାଲିଚାଲି ପଥ

ହୁଏଖାଲି ଦିଗହରା। 

ଜନମ ସଫଳ

ହୁଏ ଯେବେ ପାନ୍ଥ

ସମୟକୁ ପାରେ ଜଗି,

ପ୍ରତିଟି ମୁହୂର୍ତ୍ତ

ହୁଏ କୁସୁମିତ

ସେହି ଅଟେ କର୍ମଯୋଗୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational