STORYMIRROR

ASWINI DASH ଅଶ୍ୱିନୀ ଦାଶ

Abstract

3  

ASWINI DASH ଅଶ୍ୱିନୀ ଦାଶ

Abstract

ପଥହୁଡ଼ା ମଣିଷ

ପଥହୁଡ଼ା ମଣିଷ

1 min
172


ହଁ!

ଅନ୍ଧାରରେ ହିଁ କିଛି ଶବ୍ଦ ମିଳିଯାଏ

ସ୍ମୃତିର ସମ୍ମୋହନରେ,

ସେମାନଙ୍କୁ ଟେକା ଟେକି କଲେ ତ

ଉଚ୍ଚାଙ୍ଗ ହେଇଯାଏ ଉଚ୍ଚତା।


ଆଲୁଅରେ ପଦ ଝୁଣ୍ଟିଲେ 

ମୁଁ ଅନ୍ଧାରି ମୁଲକର ବଦନାମୀ ମଣିଷ।


ରାତିରେ କିଛି ଖୋଜେନା ବୋଲି

ଆଲୁଅରେ ପଥ ହଜିଯାଏ,

ସ୍ୱପ୍ନ ସବୁ ସହିଦ ହେବାରେ ତତ୍ପର

ନିଦ୍ରାରେ ।


କିଏ କଣ କହୁ ପରବାୟ ନାହିଁ,

କହିବାରେ ଆଉ ଚାଳିବାରେ ଫରକ ତ ଥାଏ,

ବଦନାମ ଗଳିରେ ରାତି କଣ ପାହେ!


ଅନ୍ଧାରେ ଜୀଇଁବା ଲୋକ କଣ ଜାଣିପାରେ

ଆଲୁଅ ର ମାଦକତା,

ଭିଜବାର ମହକ ପଣ ।


ସେମାନେ ତ ବାଟରେ ପଡିଥିବା ଶବ୍ଦ ସବୁ ପାଇଯାନ୍ତି,

ଖୋଜିଲେ କାଳେ ପଥ ହୁଡ଼ିଯିବେ।


ଖାଲି ଖୋଜିବୁଲେ ମୁଁ,

ତେଣୁ ପଥ ହୁଡ଼ିଯାଏ

କାହା କାହାର ତନ୍ତ୍ରରେ 

ଶୋଇ ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract