ପଥହୁଡ଼ା ମଣିଷ
ପଥହୁଡ଼ା ମଣିଷ
ହଁ!
ଅନ୍ଧାରରେ ହିଁ କିଛି ଶବ୍ଦ ମିଳିଯାଏ
ସ୍ମୃତିର ସମ୍ମୋହନରେ,
ସେମାନଙ୍କୁ ଟେକା ଟେକି କଲେ ତ
ଉଚ୍ଚାଙ୍ଗ ହେଇଯାଏ ଉଚ୍ଚତା।
ଆଲୁଅରେ ପଦ ଝୁଣ୍ଟିଲେ
ମୁଁ ଅନ୍ଧାରି ମୁଲକର ବଦନାମୀ ମଣିଷ।
ରାତିରେ କିଛି ଖୋଜେନା ବୋଲି
ଆଲୁଅରେ ପଥ ହଜିଯାଏ,
ସ୍ୱପ୍ନ ସବୁ ସହିଦ ହେବାରେ ତତ୍ପର
ନିଦ୍ରାରେ ।
କିଏ କଣ କହୁ ପରବାୟ ନାହିଁ,
କହିବାରେ ଆଉ ଚାଳିବାରେ ଫରକ ତ ଥାଏ,
ବଦନାମ ଗଳିରେ ରାତି କଣ ପାହେ!
ଅନ୍ଧାରେ ଜୀଇଁବା ଲୋକ କଣ ଜାଣିପାରେ
ଆଲୁଅ ର ମାଦକତା,
ଭିଜବାର ମହକ ପଣ ।
ସେମାନେ ତ ବାଟରେ ପଡିଥିବା ଶବ୍ଦ ସବୁ ପାଇଯାନ୍ତି,
ଖୋଜିଲେ କାଳେ ପଥ ହୁଡ଼ିଯିବେ।
ଖାଲି ଖୋଜିବୁଲେ ମୁଁ,
ତେଣୁ ପଥ ହୁଡ଼ିଯାଏ
କାହା କାହାର ତନ୍ତ୍ରରେ
ଶୋଇ ଯାଏ।
