ପଥ ତୁମେ ପଥିକ ବି ତୁମେ
ପଥ ତୁମେ ପଥିକ ବି ତୁମେ
ଜୀବନ ଦାତା ତୁମେ ପାଳନହାରୀ ବି ତୁମେ ,
ଅଜଣା ବାଟର ସ୍ରଷ୍ଟା ତୁମେ ଜଣା ବାଟେ ବି ତୁମେ
ପଥ ତୁମେ ପଥିକ ରୂପେ ବି ତୁମେ ,
ପ୍ରତି ଜୀବେ ଆତ୍ମା ରୂପେ ହେ ଶ୍ରୀହରି ବିଦ୍ୟମାନ ଯେ ତୁମେ ।
ନଈ ବି ତୁମେ ଡ଼ଙ୍ଗାରେ ନାବିକ ବି ତୁମେ ,
ପ୍ରଳୟ ବେଳେ ମୀନ ରୂପେ ଶରଣାର୍ଥୀ ମନୁଙ୍କ ଉଦ୍ଧାରକ ବି ତୁମେ ,
ପରମାତ୍ମା ତ ତୁମେ ପୁଣି କୀଟଠୁ ମନୁଷ୍ୟ ଯାଏଁ ଜୀବଙ୍କ ଆତ୍ମା ବି ତୁମେ ,
ଅତଃ ସବୁ ପ୍ରାଣୀଙ୍କ ଠି ବିଦ୍ୟମାନ ବି ତୁମେ ।
ସକଳ ଘଟେ ତୁମେ ବିଦ୍ୟମାନ ପୁଣି ,
ତେଣୁ କଂସ ତୁମକୁ ମାରିବବା କେମିତି ପୁଣି ,
ନିହତ କରିବାକୁ ତୁମକୁ ହେ ଗୋବିନ୍ଦ କଲା ବୃଥା ଚେଷ୍ଟା ନିଜକୁ ଶକ୍ତିଶାଳୀ ମଣି ,
ସକଳ ସଦ୍ୟଜାତ ଶିଶୁ କରିଲା ନିହତ ତୁମକୁ ନପାରି ଜାଣି ।
ଭାବରେ ବନ୍ଧା ଯେ ହେ ଶ୍ରୀହରି ତୁମେ ,
ଗର୍ବ ସହିନ ଏଯାବତ କାହାରି ଯେ ତୁମେ ,
ଭାବେ ନେଇଛ ନଡ଼ିଆ ହାତ ବଢ଼େଇ ତୁମେ ,
ହେ ଭାବଗ୍ରାହୀ ବାଇଗଣ କିଆରୀରେ ବୁଲି ଭାବେ ଚିରିଛ ପିତାମ୍ବରୀ ହେ ତୁମେ ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ
