ପଶୁ
ପଶୁ


ପଶୁ ବୋଲି ଆମେ କାହାକୁ କହିବା
ଆସ କରିବା ବିଚାର ।
ସଲାଙ୍ଗୁଳ ଯୁକ୍ତ ଚତୁଷ୍ପଦ ଜନ୍ତୁ
ପଶୁ ବୋଲି ତାକୁ ଧର ॥୧॥
ଗୋ ମେଷ ଛାଗାଦି ପଶୁକୁଳ
ଗୃହପାଳିତ ପଶୁ ବୋଲାନ୍ତି ।
ଶ୍ୱାନ ମାର୍ଜାର ମୃଗ ଆଦି ଏସବୁ
ପଶୁରେ ଗଣା ହୁଅନ୍ତି ॥୨॥
ମୂର୍ଖ ବ୍ୟକ୍ତି ପଶୁ ଭାବେ ହୁଏ ଗଣା
ପଶୁପ୍ରବୃତ୍ତି ଯାହାର ।
ରହିଛି ସେ ପଶୁ ଭାବେ ହୁଏ ଗଣା
ଯଜ୍ଞପଶୁ ପଶୁ ସାର ॥୩॥
ନିର୍ବୁଦ୍ଧିଆ ବ୍ୟକ୍ତି ପଶୁ ଭାବେ ଗଣା
ଗୁୁରୁ ମନ୍ତ୍ର ଯେ ନ ନିଏ ।
ସେଇ ମଣିଷଟି ମଣିଷ ନହୁଏ
ପଶୁ ଭାବେ ଗଣା ହୁଏ ॥୪॥
ପଶୁର ପ୍ରବୃତ୍ତି ସଭିଏଁ ଜାଣନ୍ତି
ତଥାପି ତାଙ୍କ ମଧ୍ଯରେ ।
କିଛି ରହିଛନ୍ତି ତାଙ୍କ ସୁପ୍ରବୃତ୍ତି
ବିଦିତ ସଚରାଚରେ ॥୫॥
କୌଶଳ ଦକ୍ଷତା ଟ୍ରେନିଂ ବଳରେ
ଜାଗେ ତାଙ୍କ ସୁପ୍ରବୃତ୍ତି ।
ପଶୁ ହେଲେ ସୁଦ୍ଧା ଅସମ୍ଭବ କାମ
କରି ଲଭନ୍ତି ସୁଖ୍ୟାତି ॥୬॥
ସଭିଙ୍କ ଭିତରେ ପଶୁର ପ୍ରବୃତ୍ତି
ସହ ରହିଛି ଦେବତ୍ୱ ।
ପାଶବିକ ବୃତ୍ତି ପରିତ୍ଯାଗ କରି
ଦେବତ୍ୱ କର ଜାଗ୍ରତ ॥୭॥