STORYMIRROR

Dharmananda Maharana

Inspirational

4  

Dharmananda Maharana

Inspirational

ପଶ୍ଚାତାପ

ପଶ୍ଚାତାପ

1 min
227

ସମୟର ଘଡି ଦିନ ପରେ ଦିନ, ହୋଇଯାଉଅଛି ଶେଷ    

କାହା ପାଇଁ କିଛି କରିନାହିଁ ବୋଲି, ମନେ ଖାଲି ଅବଶୋଷ ।


ପିପାସୁକୁ ନୀର କ୍ଷୁଧାକୁ ଆହାର, କରିଥିଲି ମୁହିଁ ପଣ 

ଦୀନ ଜନଙ୍କ ଦୁଃଖର ରାତିକୁ, କରିନପାରିଲି ହରଣ

ନିଜ ପାଇଁ ଲୋଭ କରିଲି ମୁଁ ମୂଢ, ଦିବସ ବରଷ ମାସ

ସମୟର ଘଡି ଦିନ ପରେ ଦିନ, ହୋଇଯାଉଅଛି ଶେଷ ।


ସେବାଧର୍ମ ଯଦି କରିନ ପାରିଲି, ଧିକ ଜନମକୁ ମୋର

କ୍ଷୁଧାର ବିକଳେ ଭିକ୍ଷୁକ, ଅନାଥ, ହେଉଛନ୍ତି ହତାଦର ।


ବିକଳାଙ୍ଗ ପରି ଧରା ହେ ଆମର, ଅଟେ ଅତି ଜରାଜୀର୍ଣ୍ଣ

ଧନୀ ପାଏ ମାନ କରେ ସେ ବିଳାସ, ଦୁଃଖୀ ରଙ୍କ ହୀନିମାନ

ଚିନ୍ତିତ ଘେରରେ ଅଛି ମୋର ଆତ୍ମା, ଭୋଗୁଛି ଅନେକ କ୍ଲେଶ

କାହା ପାଇଁ କିଛି କରି ନାହିଁ ବୋଲି, ମନେ ଖାଲି ଅବଶୋଷ ।


ପଶ୍ଚାତାପ ଭରେ ଉତ୍ତରିଲା ମନ, ଦାସ ହେବ ପ୍ରତିଜ୍ଞାର

ଦୁଃଖୀ ରଙ୍କ ମଧ୍ୟେ ରହିକରି ସେହୁ, ଖୁସି ସାଉଁଟିବ ଏଥର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational