STORYMIRROR

Goutam Mohanty

Romance

2  

Goutam Mohanty

Romance

ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

1 min
87

ଆଜି ମୁଁ

କଥା ଦେଲି ସାଥୀ


ସେଇ ସାତ ସୁର ର

ସମ୍ମୋହନମୟ ହୋଇ

ମୋ କର୍ଣ୍ଣ କେବେହେଲେ

ଥରୁଟିଏ ଯିବ ନାହିଁ ବୁଜି।


ଏଇ ଟିକକ କଥା ମୋର

ତୁମେ ରଖିବକି?


ଏ ନିଶ୍ଵାସ ଯଦି ଚାଲୁଥାଏ

ମୋ ଲାଗି କେବେ ଉଣା ନ'ରଖି

ସାତସୁରେ ଅହରହ ବାଜୁଥାଉ

ତୁମ ପ୍ରାଣପ୍ରିୟ ବଂଶୀ।


ମୁଁ ତ କେବେଠୁ

କଥା ଦେଇସାରିଛି ସାଥୀ


ସେ ବଂଶୀକୁ


ଗଭୀର ଆଶ୍ଲେଷରେ ଜୀଇଁବାକୁ

କର୍ଣ୍ଣ ପାତି ତା ମଧୁର ମୂର୍ଚ୍ଛନା କୁ

ଶୁଣୁଥିବି ଦିନ କିବା ରାତି


ଏମିତି ଜୀଉଁଥାଇ ପୁଣି ଦିନେ

ଅପୂର୍ଣ୍ଣ ଆଶା ନେଇ ମରି ଯାଉଥିବି


ଏ ଜନ୍ମ ତ ଛାର,

ସେ ଅଫୁରନ୍ତ ଆଶା କେବେ

କଣ ମେଣ୍ଟି ଯାଇ ପାରୁଥିବ କି?


ପୁଣି କଥା ଦିଅ ସାଥୀ


ତୁମେ ବଂଶୀବାଦନରେ

ବିରାମ ଚିହ୍ନ ଟିଏ ଟାଣିବନି

ମୋ ତୃଷ୍ଣା କଣ ବଂଶୀରୁ ମେଣ୍ଟିଛି?


ଶୁଣ ପ୍ରିୟତମ ସାଥୀ


ମୁଁ ନିଶ୍ଚୟ ଫେରିଆସିବି

ମାତ୍ର ଥରୁଟିଏ ନୁହେଁ

ବାରମ୍ବାର ପୁନର୍ଜନ୍ମ ଲଭୁଥିବି।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance