STORYMIRROR

Kabiratna Nutan Kumar Behera

Romance Tragedy Thriller

4  

Kabiratna Nutan Kumar Behera

Romance Tragedy Thriller

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
247

        

ସବୁ ପ୍ରତିଶ୍ରୁତି ତୁମର 

ଲାଗୁଥିଲା ଶିଳା ପଥର ପରି ଟାଣ 

କଠିନ ଲୁହା ପରି ଶକ୍ତ ମଜଭୁତ 

ପ୍ରତିଜ୍ଞା କଲା ପରି ଅଚଳ ଅଟଳ, 

ସବୁ କିନ୍ତୁ ଏକ ପଲକରେ 

ପାଲଟି ଗଲା ସଫା ପାଣିର ଗାର।

କଥା ଦେଇଥିଲ ଜୀବନର ଶେଷ ଯାଏଁ 

କରିବ ନି ମୋତେ ହାତଛଡ଼ା, 

ହାତ ଧରିବା ତ ଦୂର କଥା 

ଦୁଇ ପାଦ ଆଗକୁ ବଢିବା ଆଗରୁ 

ବଦଳାଇ ଦେଲ ଜୀବନର ମୋଡ଼। 

ଅଚିହ୍ନା ଅଜଣା ବାଟୋଇ ପରି 

ଚାଲିଗଲ ବାଟ ଭାଙ୍ଗି 

ଆଡ ଆଖିରେ ବି ଚାହିଁଲ ନାହିଁ 

ନଜର ପକାଇଲ ନାହିଁ ଥରୁଟିଏ 

ପ୍ରତିଶ୍ରୁତି ଦେଇଥିଲ ତ ଅନେକ 

ବାସ୍ତବ ଅବାସ୍ତବର ଶବ୍ଦସବୁ ଯୋଡି 

କାହିଁ ମୋ ପାଇଁ ଛିଡାଇ ଆଣିବ 

ଆକାଶରୁ ଜହ୍ନ ଆଉ ତାରା

ପୁଣି ହନୁମାନଙ୍କ ପରି ତୁମ ଛାତି ଚିରି 

ଦେଖାଇ ଦେବ ହୃଦୟରେ ମୋ ପ୍ରତିଛବି। 

ଏ ସବୁ ମିଛର ପ୍ରତିଶ୍ରୁତି ଦେଇଥିଲ 

ମୋ ପ୍ରତ୍ୟକ୍ଷ ପରୋକ୍ଷରେ ଡେଙ୍ଗୁରା ପିଟି 

ଗୋଟିଏ ବି କରି ପାରିଲ ନାହିଁ ସତ 

ଏଣୁ ତେଣୁ ନା ନା ବାହାନା ଦେଖାଇ 

କରି ଚାଲିଲ ମୋତେ କେବଳ ପ୍ରତାରଣା, 

ଭଲ ପାଇବା ପ୍ରେମ କରିବା 

ସବୁ ଥିଲା କେବଳ ସାମୟିକ ପ୍ରବଞ୍ଚନା 

ସମସ୍ୟା ପରେ ସମସ୍ୟା ଦେଖାଇ 

ହୃଦୟରୁ ଅନ୍ତର କରି କଲ ମୋତେ ଉପେକ୍ଷା 

ଆରେ ସମସ୍ୟା କଣ ଦେଖାଉଛ 

ମୋ ଆଗରେ ନୂଆ ନୂଆ? 

ଅବାଞ୍ଛିତ ମୂହୁର୍ତ୍ତର ସମସ୍ୟା ଭିତରେ 

ମୁଁ ଆସିଛି ପରା ଏ ଦୁନିଆଁକୁ, 

ସଂଘର୍ଷ କରି ଏ ଯାଏଁ ବଞ୍ଚି ଆସିଛି 

ଅନୁଭବ ଅଭିଜ୍ଞତାରୁ ଜାଣିଛି ଏତିକି 

ଜୀବନ ଯନ୍ତ୍ରଣାରେ ଜଳିବାର ଏକ ଧୂପକାଠି 

ଯନ୍ତ୍ରଣା ହିଁ ଜୀବନର ବାସ୍ତବ ସ୍ଵରୂପ। 

ତୁମ ପ୍ରତିଶ୍ରୁତି ଥିଲା ଏକ ମରୀଚିକା 

ସ୍ଵାର୍ଥର ଜମାଟ ବନ୍ଧା ବରଫ ଖଣ୍ଡ 

ସମୟ କ୍ରମେ ସତ୍ୟର ସୂର୍ଯ୍ୟାତାପରେ 

ସବୁ ହୋଇଗଲା ତରଳ ତରଳରୁ ବାଷ୍ପ, 

ଏତିକି ଅନୁରୋଧ ମନେରଖିବ ମୋର 

ଯଦି ତୁମ ଭିତରେ ଟିକିଏ ବି 

ମାନବିକତାର ମୂଲ୍ୟବୋଧ ବଞ୍ଚିଥିବ 

ପ୍ରତିଶ୍ରୁତି କାହାକୁ ଦେବା ପୂର୍ବରୁ ଭାବିବ 

ଥରେ ନୁହେଁ ବାରମ୍ବାର ହୃଦୟର ସହିତ 

କାହିଁକି ନାଏ ବିଶ୍ଵାସ ଭରସାର ବିନ୍ଦୁଟିଏ 

ଏହାକୁ କେନ୍ଦ୍ରକରି ଆଙ୍କିବାକୁ ହୁଏ 

ଜୀବନର ଅନେକ ସମବୃତ୍ତ ଭାବ ସିନ୍ଧୁ। 

ପ୍ରତିଶ୍ରୁତି ନ ହେଉ ମିଛ କି ବାହାନାର 

ବାସ୍ତବ ସତ୍ୟରେ ପରିଣତ କରିବାକୁ 

ଅବ୍ୟାହତ ରହିଥାଉ ତାର ଉଦ୍ୟମ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance