STORYMIRROR

Lata Behera

Abstract

4  

Lata Behera

Abstract

ପ୍ରତିଶ୍ରୁତି

ପ୍ରତିଶ୍ରୁତି

2 mins
362

ପ୍ରତିଶ୍ରୁତି ଆଜି ପ୍ରହସନ ହେଇ 

     କରୁଛି ବଢିଆ ଖେଳ 

କାହା ପାଇଁ ସିଏ ତାଳ ସାଜୁ ଅଛି 

     କା'ପାଇଁ ସାଜୁଛି କାଳ ।


କଥା କଥାକରେ ପ୍ରତିଶ୍ରୁତି ଏମିତି 

    କେତେ ଦିଆ ନିଆ ହୁଏ

କହି କି ପାରିବ ଶେଷ ପରିଯନ୍ତ

    ରହି ପାଳି ଥାଏ କିଏ ।


କାର୍ଯ୍ୟକୁ ହାସଲ କରିବାର ପାଇଁ 

    ମିଛ ପ୍ରତିଶ୍ରୁତି ଦ୍ୟନ୍ତି 

ସ୍ୱାର୍ଥ ସରିଗଲେ ପ୍ରତିଶ୍ରୁତି କ'ଣ

     ସେମାନେ ପଚାରି ଥାନ୍ତି ।


ଭୁଲି ଯାନ୍ତି ସିଏ ନିଜ ପ୍ରତିଶ୍ରୁତି 

     ଛଳନେ କରନ୍ତି ଘର

ନିଜ ଆତ୍ମ ବଡିମାକୁ ସେ ଦେଖାନ୍ତି 

     ନୁହଁନ୍ତି କେବେ କାହାର ।


ଯଦି କିଛି ତାଙ୍କ ପାଇବାର ଥିବ

    ମିଠା କଥା କହି ଥାନ୍ତି 

ମାଆଲୋ ଧନଲୋ ଦେଇ ଦେବି କହି

    ମିଛ ପ୍ରତିଶ୍ରୁତି ଦ୍ୟନ୍ତି ।


ନା ଧରା ଛୁଆଁ ଦିଅନ୍ତି ତା'ପରେ

     ବିଶ୍ୱାସେ ଭରନ୍ତି ବିଷ

ମହା ଭୟଙ୍କର ଖେଳ ସେ ଖେଳନ୍ତି

     ପ୍ରତିଶ୍ରୁତି ହୁଏ ଶେଷ ।


ଏମିତି କେହି ତ କହି ପାରିବେନି

     ଦେଇ ନାହିଁ ପ୍ରତିଶ୍ରୁତି 

ଇତିହାସ ଠାରୁ ପୁରାଣ ପର୍ଯ୍ୟନ୍ତ 

     ରହିଛି ତା ଯଶ ଖ୍ୟାତି ।


କୈକେୟୀ ରାମଙ୍କୁ ଦେଲେ ପ୍ରତିଶ୍ରୁତି 

     ବନ ବାସ ପଠେଇବି

ଦୁନିଆ ଆଗରେ ବିମାତା ବୋଲି ମୁଁ

    ନିନ୍ଦା ପଛେ ପାଉ ଥିବି ।


ଜଟାୟୁକୁ ଜଳ ଦେବା ପ୍ରତିଶ୍ରୁତି 

    ଦେଇ ଥିଲେ ରଘୁବୀର

ମରଣ କାଳରେ ପିତାଙ୍କୁ ନ ଦେଇ

     ଦେଲେ ଜଟାୟୁକୁ ନୀର ।


କୁନ୍ତୀଙ୍କୁ ଯେ କର୍ଣ୍ଣ ଦେଲେ ପ୍ରତିଶ୍ରୁତି 

      ଅର୍ଜୁନ ସଙ୍ଗରେ ରଣ

କରିବେ ନିଶ୍ଚିତ ଛାଡି ଦେବେ ସିଏ

     ସେ ପାଣ୍ଡବ ଚାରି ଜଣ ।


ଗୁରୁ ଦ୍ରୋଣାଚାର୍ଯ୍ୟ ଦେଲେ ପ୍ରତିଶ୍ରୁତି 

     ଅଶ୍ୱତ୍ଥମା ଯେବେ ହତ

ଏ କୁରୁ କ୍ଷେତ୍ରରେ ଯୁଦ୍ଧ କରିବିନି 

     କରି ଦେଲେ ତ୍ୟାଗ ଅସ୍ତ୍ର ।


ପ୍ରତିଶ୍ରୁତି ଭୀଷ୍ମ ଦେଇ ଥିଲେ ନେତ୍ରେ

      ଯେବେ ଶିଖଣ୍ଡୀ ଦେଖିଲେ

ଅସ୍ତ ତ୍ୟାଗ କରି ଅର୍ଜୁନଙ୍କ ଶର 

    ଶଯ୍ୟାରେ ସେ ଶୋଇ ଗଲେ ।


ପ୍ରତିଶ୍ରୁତି ଦେଇ ସେଇ ଭୀଷ୍ମ ପୁଣି

     ହେଇ ଥିଲେ ଅବିବାହିତ

ଏମିତି ଅନେକ କାହାଣୀ ରହିଛି

    ପୁରାଣ ଅଛି ବର୍ଣ୍ଣିତ ।


ମାତା ଯୋଶଦାଙ୍କୁ ପ୍ରତିଶ୍ରୁତି ଦେଇ

    କୃଷ୍ଣ ଫେରି ଯେ ନ ଥିଲେ 

ଗୁଣ୍ଡିଚା ରାଣୀଙ୍କୁ ପ୍ରତିଶ୍ରୁତି ଦେଇ

     ଜଗା ଜନ୍ମବେଦୀ ଗଲେ ।


ଦେଇ ପ୍ରତିଶ୍ରୁତି ପ୍ରଭୁ ଜଗନ୍ନାଥ 

    ରଥଯାତ୍ରା କରୁଥାନ୍ତି

ବରଷକୁ ଥରେ ଗୁଣ୍ଡିଚା ରାଣୀଙ୍କୁ

     ଦେଖା କରି ସେ ଆସନ୍ତି ।


ଧ୍ୟାଈପନ୍ନା ପ୍ରତିଶ୍ରୁତି ରକ୍ଷା କରି

     ରାଜପୁତ୍ର ବଞ୍ଚେଇଲେ

ନିଜର ପୁତ୍ରକୁ ରାଜଦ୍ରୋହୀ ହାତେ

     ନିଜେ ବଧ କରେଇଲେ ।


ଏ କଳି ଯୁଗରେ ସବୁ ପ୍ରତିଶ୍ରୁତି 

     ପ୍ରତିକ୍ଷଣ ବଦଳୁଛି

ଯୁଆଡେ ବରଷା ସିଆଡକୁ ଛତା

    ନ୍ୟାୟ ଏମିତି ଚାଲିଛି ।


ନେତାମାନେ ପ୍ରତିଶ୍ରୁତି ଭଲ ଦ୍ୟନ୍ତି 

   ରଖନ୍ତିନି ଗୋଟେ କଥା

ଭୋଟ ସରିଲେ ଆସନେ ବସିଲେ

    ଯେତେ ବାଡ ତୁମେ ମଥା ।


ସ୍ୱାମୀ ସ୍ତ୍ରୀ ମଧ୍ୟେ ପ୍ରତିଶ୍ରୁତି ରହେ

    ଅଗ୍ନି ସାତଫେରା ନେଇ

ସାତ ଜନମର ସାଥି ହେବା ପାଇଁ 

    ପ୍ରତିଶ୍ରୁତି ଥାନ୍ତି ଦେଇ ।


କହି ତ ହୁଏନା ଶେଷ ପରିଯନ୍ତେ 

    ଏ କଥା କେତେ ନିଭାନ୍ତି

କେତେ ସେ ବିଶ୍ୱାସ ଭରସା ହେଇଣ

    ସାଥେ ବାଟ ଚାଲି ଥାନ୍ତି ।


ପ୍ରେମକ ପ୍ରେମିକା ପ୍ରତିଶ୍ରୁତି କଥା

     ପାଣି ଫୋଟକାର ପରି

କାହା ଠାରୁ ଯେବେ ମନ ଭରି ଯାଏ

    ଆଉ ଗୋଟେ ଥାନ୍ତି ଧରି ।


ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହୁଛି 

      ସମୟ ଯାଉଛି ସରି

ତଥାପି ସେ ପ୍ରତିଶ୍ରୁତିକୁ ସମସ୍ତେ

    ଅପେକ୍ଷା ଥାଆନ୍ତି କରି ।


ପ୍ରତିଶ୍ରୁତି ଯଦି ରଖି ନ ପାରୁଛ

    ଦିଅ ନାହିଁ ପ୍ରତିଶ୍ରୁତି 

ସେଇ ପ୍ରତିଶ୍ରୁତି ଦିଅଇ ଜୀବନ 

    କରଇ ଜୀବନ ଇତି ।


Rate this content
Log in

Similar oriya poem from Abstract