ପ୍ରତିଶ୍ରୁତି
ପ୍ରତିଶ୍ରୁତି
ଜୀବନରେ ତୁମେ କାହା ଆଗେ କେବେ
ଦିଅନାହିଁ ପ୍ରତିଶ୍ରୁତି,
ଥରେ ଭାବିଦେଖ ଯାହାବି କରୁଛ
ଗର୍ବ ଅହଙ୍କାରେ ମାତି |
ତୁମ ଆଚରଣ ଅବା ଉଚ୍ଚାରଣ
ଆଉ କାରେ ଦିଏ ଦୁଃଖ,
ପ୍ରତିଶ୍ରୁତି ଯଦି ମିଥ୍ୟା ବୋଲାଇଲା
ମନେ ଆଣିଦେବ ଶୋକ |
କଥାଦେଇ ଯଦି ପୂରଣ ନକଲ
କାହା ମନ ଦେଲ ଭାଙ୍ଗି,
ଆଶା ଆକାଂକ୍ଷାର ସାଜିଲେ ବଇରୀ
ବଦଳିବ ଭାବଭଙ୍ଗୀ |
ଏପରି ଅନେକ ଅଛନ୍ତି ସଂସାରେ
ମିଥ୍ୟାବାଦୀ ଭ୍ରଷ୍ଟାଚାରି,
ମନ ବିବେକକୁ ଗ୍ରାସ କରିଦ୍ୟନ୍ତି
ମିଥ୍ୟା ପ୍ରତିଶ୍ରୁତି ଭରି |
ଜ୍ଞାନୀ ଗୁଣି ଜନ ବିଚାର କରିବ
ବୁଦ୍ଧି ବିବେକ ଖଟାଇ,
ଏପରି ଲୋକଙ୍କୁ ଦୂରୁ ଜୁହାରିବ
ନହେଲେ ହେବ ପସ୍ତେଇ |
ପ୍ରତିଶ୍ରୁତି ଦିଅ ଅବା କାରେ ନିଅ
ହୃଦୟକୁ ସ୍ୱଛ କର,
କେହି ନୁହେଁ ଏଠି ଅଜର ଅମର
କୁଣିଆଁ ଦୁଇ ଦିନର |
