ପ୍ରତିଶୃତି
ପ୍ରତିଶୃତି


ସମୟର ଚକ ଗଡି ଗଡି ଚାଲେ
ତା ଅଖ କୁ ଗଣି ଗଣି ,
ମନ ପକ୍ଷୀ ସିଏ ଧରା ଦିଏ ନାହିଁ
ସତେ କି ଅଟେ ସେ ସମ ଏକ ବଣି ।
କିଏ ଦୋଷ ଦିଏ କିଏ କିଛି କହେ
ସବୁ ଶୁଣେ ସବୁ ସେ ଦେଖୁଥାଏ ,
ପାଦ ଚିହ୍ନ ପରି କିଛି ଛପି ଯାଏ
ଆଉ କିଛି ସ୍ମୃତିରେ ହଜିଯାଏ ।
ଚୁପି ଚୁପି ହସି ତୁନି ତୁନି କହିଯାଏ
ହଜି ନାହିଁ କିଛି ,ରହିଛି ସବୁ ଅତୀତରେ ,
ସପନ ତ କିଛି ସତ ହୁଏ ପୁଣି
କିଛି ରହିଯାଏ ପ୍ରତିଶୃତିରେ ।
ଜନ୍ମରୁ ତ ନିଜ ଅଜ୍ଞାତସାରରେ
ପାଇଥିଲେ ବହୁ ପ୍ରତିଶୃତି ,
ପିତା ମାତା ଠାରୁ ଆତ୍ମୀୟ ସ୍ୱଜନ
କିଛି ପୁର୍ଣ ହେଲା କିଛି ଏବେ ବି ରହିଛି ବାକି ।
ବାଲ୍ୟକାଳେ ବସି ପିତା ମାତା କୋଳେ
ଦେଇଛେ ଭାଙ୍ଗିଛେ କେତେ ପ୍ରତିଶୃତି ,
କେବେ କାନ୍ଦି କାନ୍ଦି କେବେ ହସି ହସି
ମୋହିଛେ ସଭିଙ୍କୁ ,ସାକ୍ଷୀ ଅଛି ସେ ସ୍ମୃତି ।
ଯୌବନ ର ପ୍ରାପ୍ତିରେ ଆନନ୍ଦ ଉଲ୍ଲାସେ
ଦିଆ ନିଆ ହୁଏ କେତେ ପ୍ରତିଶୃତି ,
ସତ ପରି ଲାଗେ ,କିନ୍ତୁ ଅଟେ ମରୀଚିକା
ଦୂରୁ ଭଲ ଲାଗେ ନିକଟେ ନାହିଁ ତା ଛବି ।
ଜୀବନର ଶେଷ ଯାତ୍ରା ବେଳେ
ସରିଯାଏ ନିଜ ପ୍ରତିଶୃତି ,
ଚିରନିଦ୍ରା ରେ ଶୁଏ ତ ଶରୀର
କିନ୍ତୁ ରହିଯାଏ ସବୁ ଅତୀତର ସ୍ମୃତି ।
ତଥାପି ଏ ମନ ଆଶା ବାନ୍ଧିଥାଏ
ପ୍ରତିଶ୍ରୁତିର ଭରସା ରେ ରହି ,
କର୍ମ କରିଚାଲେ ସପନ କୁ ନେଇ
ସବୁ ଦୁଃଖ କଷ୍ଟ ଯାତନା କୁ ସହି ।
ସଂସାର ଗଢି ହୁଏ ସାଂସାରିକ ହୋଇ
ପ୍ରତିଶ୍ରୁତିର ଅନେକ ଦ୍ୱାହି ଦେଇ ,
ଅସଫଳତା ଯେବେ ଗତି ଅବରୋଧ କରେ
ଦୃଢ଼ମନା ହେଲେ ସଫଳତା ମିଳିଥାଇ ।
ଏ ଦୁନିୟା ଦୁଆରେ କେତେ କେତେ ଭିଡ
ସବୁ ଖାଲି ବ୍ୟସ୍ତ ପ୍ରତିଶୃତି ଦେବାରେ ,
ଭରସା ର ଅସ୍ତ୍ର କିବା ବିଶ୍ୱାସ ର ଛବି
ସବୁ ବୁଝି ହୁଏ ସମୟର ବାସ୍ତବିକତାରେ ।
ପିତା ମାତା ସନ୍ତାନର ଇଚ୍ଛା କରିଥାନ୍ତି ପୁର୍ଣ
ନଥାଏ ମନରେ ପାଇବାକୁ କିଛି ପ୍ରତିଶୃତି ,
କର୍ମ କରିଥାନ୍ତି ସର୍ବେ ନିଜ ଆପଣାର
ଲକ୍ଷ୍ୟ ପଥେ ସଦା ରଖି ଧର୍ଯ୍ୟ ର ମତି ।
ସନ୍ତାନ ଯେ କେବେ ପ୍ରତ୍ୟକ୍ଷରେ ଅବା ଅପ୍ରତ୍ୟକ୍ଷରେ
ଦେଇଥାଏ କିଛି କାର୍ତ୍ୟବ୍ୟ ର ପ୍ରତିଶୃତି ,
ସମୟ ଢାଞ୍ଚା ରେ ଅବା ମାୟାର ଇନ୍ଦ୍ରଜାଲେ
ଛନ୍ଦି ଭୁଲିଯାଏ ଅତୀତର ଅନେକ ସ୍ମୃତି ।
ଶିକ୍ଷକ ତ ଆଜି କରେ ଶିକ୍ଷାଦାନ
ଭୁଲିଛି ସତେ କି ଶିକ୍ଷକତାର ପ୍ରତିଶୃତି ,
ସ୍ୱାର୍ଥ ରେ ହୋଇ ଅନ୍ଧ ଖୋଜୁଛି ସେ
ଏବେ ସାହାରା ତା ଅର୍ଥ ଓ ଲୋଭ ର ଲାଠି ।
ଚିକିତ୍ସକ ସଦା ପାଳେ ଚିକତ୍ସା ର ଧର୍ମ
ସେ ତ ଦିଏ ସେବାର ପ୍ରତିଶୃତି ,
ମୋହ ମାୟା ଭରା ଆଜିର ସଂସାରେ
ଲିଭିଛି ତା ସେବାର ମନବୃତ୍ତି ।
ବ୍ୟବସାୟୀ ସଦା ବ୍ୟବସାୟ କରେ
ଉପାର୍ଜନେ ନ ଥିଲା ବେଈମାନିର ପ୍ରତିଶୃତି ,
କିନ୍ତୁ ଅର୍ଥ ପିପାସୁ ଆଜି ହୋଇଛି ସେ
ଭୁଲିଛି ତ ସଚ୍ଚୋଟତା ର ସବୁ ନୀତି ।
କଳାକାର ସଦା କଳାର ପୂଜାରୀ
ପ୍ରତିଶୃତିବଦ୍ଧ କଳା ସାଧନାରେ ,
ଭୁଲିଛି ଆଜି ସେ ସାଧନାର ମାର୍ଗ
ଧାଉଁଛି ସେ ଆଜି କାମନା ଓ ବାସନା ମାର୍ଗରେ ।
ସମାଜର
େ ଶୃଙ୍ଖଳା ର ସୁରକ୍ଷା ପାଇଁ
ରହିଛି ଆଇନ ଏକ ପ୍ରତିଶୃତି ସାଜି ,
ବିଚାରପତିଙ୍କ ବିଚାର ଆଜି ହୋଇଛି ଜଟିଳ
ତର୍କ ଯେ ହୁଏ ଦିଗହୀନ ଆଜି ।
ରାଜନେତାଙ୍କ ରାଜନୀତି ଆଜି ପ୍ରଶ୍ନବାଚୀ
ପ୍ରତିଶୃତି ପରେ ପ୍ରତିଶୃତି ଲାଗେ ପ୍ରହସନ ,
ଅର୍ଥ ଭୁଲି ସେବା ଓ କର୍ମ ର
କରନ୍ତି ମାୟା ତୁଲେ ସମାଜକୁ ପ୍ରଲୋଭନ ।
କୃଷକ ତ ଆଜି କୃଷି ଛାଡି କରେ ଅନ୍ୟ କାମ
କର୍ମ ପ୍ରତି ନାହିଁ ତାର ପ୍ରତିଶୃତି ,ସେ ଭୁଲିଛି ଧର୍ମ ,
କେହି କରେ ଅଭାବ ଅନାଟନେ ସଂସାର ପାଳନ
କେହି ଭରଣ ପୋଷଣ ଲାଗି ଖୋଜେ ଅନ୍ୟ କାମ ।
ଦେଶର ସୈନିକ ଯେ ସୀମାନ୍ତରେ ରହି
ପାଳିଥାଏ ପ୍ରତିଶୃତି ଦେଶ ରକ୍ଷାର ,
ନିଜ ସ୍ୱାର୍ଥ ଓ ସୁଖ କୁ ଦେଇଥାଏ ବଳି
ତଥାପି ଅନ୍ଧ ସାଜି ପ୍ରଶ୍ନ କରେ ତା ତ୍ୟାଗର ।
ବେଳେ ବେଳେ ହସ ଲାଗେ କଷ୍ଟ ବି ଲାଗେ
ଦେଖି ପ୍ରତିଶ୍ରୁତିର ମୂଲ୍ୟହୀନ ସ୍ଥିତି ,
ପାଗଳ କରିଛି କି ଆଜିର ସଭ୍ୟତା
ବୁଝେନା ସେ କାହିଁ କିଛି ପରିସ୍ଥିତି ?
ବନ୍ଧୁର ବନ୍ଧୁତ୍ୱ ଅମୁଲ୍ୟ ସମ୍ପଦ
ଅଦୃଶ୍ୟ ସେଠି ଆଜି ପ୍ରତିଶୃତି ,
ମିଥ୍ୟା ଆଡମ୍ବର ଚକ୍ରାନ୍ତ ରେ ମଜ୍ଜି
ଭୁଲିଛି ମଣିଷ ସବୁ ଧର୍ମର ନୀତି ।
ବୁଝେନା ସେ ଯେ କେବେ ଅବା କରଇ ନାଟକ
ପ୍ରତିଶୃତି ର ମୂଲ୍ୟ ଏବେ ବି ଦୁର୍ଲଭ ,
ସୂର୍ଯ୍ୟ ଯେ ଊଂଉଛି କିରଣ ବାଣ୍ଟୁଛି
ସେ ତ ବନ୍ଧା ବିଧାତା ର ସଙ୍ଗେ ,ପ୍ରତିଶୃତିବଦ୍ଧ ।
ପରବତୁ ଝରଇ ଝରଣା କଳ କଳ ନାଦେ
ଝରଣାରୁ ହୁଏ ସେ ନଦୀର ଧାର ,
ବହିଯାଏ ଧରାପୃଷ୍ଠେ ଜୀବ ଜୀବନ ପାଇଁ
ପାଳିଥାଏ ପକୃତି ସଙ୍ଗେ ତା ଧର୍ମ ପ୍ରତିଶ୍ରୁତିର ।
ସୂର୍ଯ୍ୟ ପୁଣି ଯେବେ ହୁଏ ଅସ୍ତଗାମୀ
ଦେଇଥାଏ ତା ଶକ୍ତିରୁ କିଛି ଚନ୍ଦ୍ରମାଙ୍କୁ ,
ଧରାପୃଷ୍ଠେ ନିଶି କାଳେ ଶୀତଳତାର ସ୍ପର୍ଶ ଦେବାକୁ
ପ୍ରତିଶୃତି ରଖି ସେ ତ ସଜାଏ ସୁନ୍ଦରେ ରାତ୍ରିକୁ ।
ଗଛ ଲତା ବନ ଗିରୀ ସବୁ ପାଳନ୍ତି ଧର୍ମ
ପାଳିଥାନ୍ତି ପ୍ରତିଶୃତି ,ଦେଇ ନିଜ ଅବଦାନ ,
ପକୃତି ର ସବୁଜତା ସୁନ୍ଦରତା ଧରଣୀ ବକ୍ଷରେ
ଅତୁଳନୀୟ ଶୋଭାରେ କିଣେ ସଭିଙ୍କ ମନ ।
ମାନବ ଯେ ସ୍ରଷ୍ଟାର ଏକ ଶ୍ରେଷ୍ଠ ସୃଷ୍ଟି
ପ୍ରତିଶୃତି ଭୁଲି ଯେବେ ଚାଲେ ବିନାଶ ର ପଥେ ,
ପକୃତି ତ ସହେ ,କିନ୍ତୁ ଯେବେ ହୁଏ ଅତିଶୟ
ପ୍ରଳୟ ରଚଇ ସେବେ ତା ଉଗ୍ର ରୂପ ସାଥେ ।
ଏତିକିରେ ସଜାଗ ହେଉନି ଏ ସମାଜ
ଭାବରେ ବୁଡି କବି ଓ ଲେଖକ ସଭିଏଁ ,
ମନର ପ୍ରତିଶୃତି କୁ ଦିଅନ୍ତି ଭାବରେ ସଜାଇ
ଳେଖନୀରୁ ଶବ୍ଦ ଜନ୍ମେ ଭିନ୍ନ ରୂପ ନିଏ ।
ପ୍ରତିଶୃତି ସେ ତ ନାହିଁ ତାର କିଛି ରୂପ
କିନ୍ତୁ ଅନେକ ସତ୍ୟକୁ ଦେଇଥାଏ ରୂପ ,
ପ୍ରତଧ୍ୱନି ସାଜି ସେ ତ ସଦା ଗୁଞ୍ଜଇ
ଚେଷ୍ଟାକରେ ନ ହେବାକୁ କେବେ ସେ ବିଲୋପ ।
ଏବେବି ସମୟ ଅଛି ବୁଝିବାକୁ ହେବ
ପ୍ରତିଶୃତି ର ସମ୍ମାନ କୁ ରଖିବାକୁ ହେବ ,
ସ୍ୱାର୍ଥ ଅହଙ୍କାର ଓ ଗର୍ବକୁ ଭୁଲି
ପ୍ରତିଶୃତି ରେ ବିଶ୍ୱାସ କୁ ମର୍ଯ୍ୟାଦା ଦେଇ ହେବ ।
ବୁଝିବାକୁ ହେବ ଏକ ପରମ ସତ୍ୟକୁ
ପ୍ରତିଶୃତିରେ ବନ୍ଧା ଏ ବ୍ରହ୍ମାଣ୍ଡ ଆମର ,
ସନ୍ତୁଳିତ ଥିଲେ ତେବେ ଲାଗଇ ସୁନ୍ଦର
ସେ ତ ଅଟେ ଦୃଷ୍ଟାନ୍ତ ସବୁ ପ୍ରତିଶୃତିବଦ୍ଧତାର ।