STORYMIRROR

Satyabati Swain

Romance

4  

Satyabati Swain

Romance

ପ୍ରତିପାଦରେ

ପ୍ରତିପାଦରେ

1 min
230


ଆଖି ବୁଜିଦେଲେ

ଏଇ ଯେମିତି ଲାଗୁଛି

କାଲି ପରି

ଏତେ ଶୀଘ୍ର ଘଣ୍ଟା କଣ୍ଟା

ପହଞ୍ଚିଗଲା ଏଇଠି...!

ସମୟ ପର ଲଗେଇ

ଆମକୁ ନେଇ ଆସିଲା

ଏଯାଏ ଉଡେଇ!!


ହଁ ସବୁ ତ ଥିଲା

ନଥିଲା ମୋ ଜୀବନେ 

ତୁମ ହାତର ଲଉଡ଼ି

ଛାତିର ଛାତ

ଏବଂ ସୁରକ୍ଷିତ ପୃଥିବୀଟେ।


ତୁମେ ଆସିଲ

ମୋ ହୃଦୟେ ହୋଇ 

ସ୍ନେହ,ପ୍ରେମ ସୁନାବ୍ୟା ଗଙ୍ଗା

ନାଲି ସୂର୍ଯ୍ୟ ହସିଲେ 

ମୋ ମଥା ଆକାଶରେ

ରୁଣୁଝୁଣୁ ସଙ୍ଗୀତ ମୂର୍ଚ୍ଛନା ଗାଇଲେ ଚୁଡି

ପାଉଁଜି ହୋଇଗଲେ ମୀରାବାଈ

ଝୁଣ୍ଟିଆ ପଗୁଣ ଗାଁର ବଉଳ ବାସ୍ନାରେ

ବିହ୍ଵଳିତ ହେଲେ

ମଙ୍ଗଳ ସୂତ୍ର ଚୋରା ଚଇତାଳି

ମଳୟ ସ୍ପର୍ଶ ଦେଲେ

ରଙ୍ଗ ଅବିରରେ

ଛାଇଗଲା ଜୀବନ

ତୁମେ ହୋଇଗଲ

ସ୍ଥାୟୀ ଠିକଣା ଏବଂ ପରିଚୟ ମୋର।


ତୁମ ନିଶା ନିହାତି ନିଆରା

ଅଦ୍ଭୁତ ଏକ ଆକର୍ଷଣ ଓ ସମ୍ମୋହନ ତୁମେ

ଚିର ଇପ୍ସିତ 

ଜୀବନକୁ ତୁମ ସହ

ବାଣ୍ଟି ଚାଲିଛି

ପ୍ରତିକ୍ଷଣ 

କପେ କପେ ଚା ପରି

ମୋ ମନ,ହୃଦୟ,ଇପ୍ସାକୁ

ବାଢୁଛି ନୈବେଦ୍ୟ କରି।


ଇପ୍ସା ମୋର

ଏଇ ଇଡ଼ି ହୋଇ ଯିବାଟା

 ଆଜୀବନ ରହୁ

ତୁମକୁ ଖୋଜୁଥାଉ ହୃଦ

ପ୍ରତିକ୍ଷଣ ପ୍ରତି ଦିନ ପ୍ରତିଟି ପାଦରେ।


Rate this content
Log in

Similar oriya poem from Romance