ପ୍ରତିକ୍ଷାରେ ତୁମେ
ପ୍ରତିକ୍ଷାରେ ତୁମେ
ଜୀବନ ର ଶୁନ୍ୟତାରେ ପୂର୍ଣ୍ଣତା ଖୋଜିବା ପ୍ରୟାସ
ନିଃଶବ୍ଦତା ଭିତରେ ଶବ୍ଦର କୁହୁକ
ସାଉଁଟିଆଣିବାର ଇଛା
ନିରାଶାର ଅନ୍ଧାର ଭିତରେ ଆଶାର ସନ୍ଧାନ
କ୍ଷୀଣ ଆଲୋକ ଟିଏ ଭଳି ଦିକ୍ ଦିକ୍ ଜଳୁଥାଏ
ଉଚ୍ଚାଟ ସୃଷ୍ଟି ହୁଏ ,
ମନେ ହୁଏ ସବୁକିଛି ହାତ ପାଆନ୍ତାରେ,
କିନ୍ତୁ ଶୁନ୍ୟ ମନ ଶୁନ୍ୟ ମୁଠାରେ
ନିରାଶା ଲହଡି ଭାଙ୍ଗେ
ତଥାପି ଆଶାରେ ବଞ୍ଚିଛି---ବିଶ୍ବାସ କୁ ଜାବୁଡି ଧରି
ଆସିବ ସେ ନିଶ୍ଚୟ
ବୁଝିବ ହୃଦୟ ବ୍ୟଥା----ଶୁଣିବ ମନର କଥା
ନିଃସଙ୍ଗତା ଭଙ୍ଗ ହେବ---ଶବ୍ଦ ତରଙ୍ଗରେ
ଶୁନ୍ୟ ପ୍ରାଣ ପୁର୍ଣ୍ଣ ହେବ--ନିଶ୍ବାସେ ବିଶ୍ବାସ ଭରି
ମୋ ସିକ୍ତ ସମର୍ପଣ---ବ୍ୟର୍ଥ ନୁହେଁ କେବେ,
ରୁଦ୍ଧ କୋଠରୀ -----ହେବ କୋଳାହଳ।
ତୁମ ପ୍ରତିକ୍ଷାରେ ରହିଛି ଅନାଇ..........
ତୁମେ ଆସିବ ପ୍ରିୟତମ----ନିଶ୍ଚେ ଆସିବ,
ତୁମ ବିନା ସବୁ ଶୁନ୍ୟ----ସବୁ ବିଷାଦିତ
ସ୍ନେହର ବନ୍ଧନେ---- ଭରି ଶିତଳତା,
ବିଶ୍ବାସରେ ପୁର୍ଣ୍ଣ ହେବ---ଶବ୍ଦର ଶୁନ୍ୟତା।
ତୁମବିନା ସ୍ତବ୍ଧ ଏ ପୃଥିବୀ,
ତୁମେ ହିଁ ସୃଷ୍ଟି, ସ୍ଥିତି,---ଆରମ୍ଭ ଓ ଇତି।
ଶୁନ୍ୟତାରେ ପୂର୍ଣ୍ଣତା ର ଅଭିପ୍ସା ,
ଅପ୍ରାପ୍ତି ରୁ ପ୍ରାପ୍ତି ମାର୍ଗ ର ଆଶା।
ତୁମ ବିନା ସବୁ ସ୍ଥିର ନିରବ, ନିଶ୍ଚଳ
ଆଗମନେ ଧରା ପୁଲକିତ ଓ ଚଞ୍ଚଳ।
ରହିଛ, ରହିଥିବ----ଜନମେ, ଜନମେ
ମୋ ଅନ୍ତହୀନ ----ପ୍ରତିକ୍ଷାରେ ତୁମେ।।