STORYMIRROR

Dr Simant Kumar Nanda

Inspirational Others

3  

Dr Simant Kumar Nanda

Inspirational Others

ପ୍ରତିକ୍ଷା-ଅନ୍ତ

ପ୍ରତିକ୍ଷା-ଅନ୍ତ

1 min
123

ତୁମେ କେବେ ଆସିବ କି ନାହିଁ

ଜାଣିନି ମୁଁ,

କେତେ ଦୀର୍ଘ ସମୟ ବିତିଲେ

ତୁମ ଦର୍ଶନ ମିଳିବ ମୋତେ

ଅପେକ୍ଷାରତ, ତୁମ ପାଇଁ

କୃତାର୍ଥ କରିବ ତ,

କେବେବି ଆସି, ମୋର ପାଶେ।


ନିଶ୍ଚୟ ଆସିବ ବୋଲି, 

ପ୍ରତୀକ୍ଷାରେ ରଖିଛ ତ ମୋତେ, 

ଏତେ ଦିନ

ନ ହେଲେ ,

କେବେଠାରୁ, ଏ ନିଃସ୍ୱ ଶରୀର ଟା

ପଞ୍ଚ ମହାଭୂତେ ହୁଅନ୍ତାଣି ଲୀନ।


ହେ ବିଶ୍ଵନିୟନ୍ତ

ତୁମ ଦର୍ଶନର ଆନନ୍ଦ

ଯନ୍ତ୍ରଣା, ସହିବାକୁ ଶକ୍ତି ଦିଅ ମୋତେ

ସଫଳ ସେବାରେ ମୋ ପ୍ରେମ କୁ

ବିନିଯୋଗ ପାଇଁ ।


ମୋ ଜୀବନ ନିୟୋଜିତ ହେଉ,

ଜଗତ ଉଦ୍ଧାର କ।ର୍ଯ୍ୟେ,

ପତିତ, ନିଷ୍ପେସିତ ଙ୍କ ସେବା ରେ

ନତଜାନୁ ହେବାକୁ ନ ଦିଅ ମୋତେ,

ସ୍ୱେଚ୍ଛାଚାରୀ ଶକ୍ତି ର ଆଗରେ ।


ହେ ତ୍ରାଣକର୍ତ୍ତା,

ଏବେ ଏବେ ତୁମ ବାର୍ତ୍ତାବହ,

କହିଯାଏ ଆସି ମୋ ହୃଦକନ୍ଦରେ,

ବୁଝି ମୁଁ ପାରିନି

ମୋ ପ୍ରତୀକ୍ଷା ର ଘଟିବ ଅନ୍ତ,

ଆଘ୍ରାଣ କରୁଛି ସମୀରଣେ, ତୁମ

ଶାଶ୍ଵତ, ସୁବାସ-ବସନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational