STORYMIRROR

Sarojini Mishra

Classics

4  

Sarojini Mishra

Classics

ପ୍ରତୀକ୍ଷା

ପ୍ରତୀକ୍ଷା

1 min
381

ତୁହି ପରା ମୋର ଶ୍ୟାମ ମୁଁ ତୋ ଯଶୋଦା

ତୁହି ପରା ମୋର ରାମ ମୁଁ ତୋ କୌଶଲ୍ୟା

ଝୁରେ ଏଇ ବୃନ୍ଦାବନ ଝୁରେ ଅଯୋଧ୍ୟା

ଝୁରଇ ଯଶୋଦା ମାତା ଝୁରେ କୌଶଲ୍ୟା ।


ତୁହି ମୋ ନୀଳାଚଳିଆ ମୁହିଁ ଗୁଣ୍ଡିଚା

ତୁହି ପତିତପାପନ ମୁହିଁ ପତିତା

ଝୁରେ ମନ ବଡଦାଣ୍ଡ ଝୁରେ ଝୁରେ ଲଳିତା

ଝୁରଇ ଗୁଣ୍ଡିଚା ମାତା ଝୁରଇ ବିଶ୍ଵା ।


କେବେ କହ୍ନେଇ ଆସିବୁ ବାଜିବ ବଇଁଶି

କେବେ କୋଦଣ୍ଡ ଉଠିବ ପାପ ଦେବ ନାଶି

ତୋ ବଇଁଶୀ ସୁରେ ସୁରେ ଜଗତ ହସିବ

ତୋ କୋଦଣ୍ଡ ପରଶରେ ଶାନ୍ତି ବିରାଜିବ ।


କେବେ ଜଗା ଆସିବୁ ତୁ ଧଳା ଘୋଡା ଚଢି

ଧରମ ଯୁଦ୍ଧରେ ତୁ ଯେ ନିଜେ ଯିବ ଲଢି

ମାଣିକ ଦହିରେ କେବେ ତୃଷା ମେଣ୍ଟାଇବୁ

ପତିତପାବନ ନାମ ସାର୍ଥକ କରିବୁ ।


କେବେ କଂସ ନାଶ ଯିବ ରାବଣ ମରିବ

ଦେବକୀ ହସିବ ପୁଣି କୌଶଲ୍ୟା ବସିବ

ପାପ ସବୁ ଧୋଇ ଯିବ ଦୁଃଖସବୁ ବହିଯିବ

ପବିତ୍ରତା ଭରି ମନ ଆନନ୍ଦେ ନାଚିବ ।

 କେବେ ସିଂହାସନ ଛାଡ଼ି ଆସିବୁ ଦାଣ୍ଡେ ଦଉଡି

ଭକତ ଭାବରେ ମଜ୍ଜି ରଥ ରହିବ

କେବେ 

ଭକତିରେ ବାନ୍ଧି ହୋଇ ରଥୁ ଆସିବୁ ଓହ୍ଲାଇ

କେବେ ଦୁରାଚାରୀ ଗଣେ ଦଣ୍ଡ ମିଳିବ ।


ରାମ ଅବା ଶ୍ୟାମ ହେଉ ଅବା କଳାଧନ ହେଉ

ଅବତର ଧରାଧାମେ ପାପ ନାଶ ପାଇଁ

ପ୍ରତୀକ୍ଷା ମୁଁ କରିଅଛି ଆଶାବାଦୀ ହୋଇ ଅଛି

ପତିତପାବନ ନାମ ରଖିବ ସାଇଁ ।


Rate this content
Log in

Similar oriya poem from Classics