ପ୍ରତୀକ୍ଷା
ପ୍ରତୀକ୍ଷା
ତୁହି ପରା ମୋର ଶ୍ୟାମ ମୁଁ ତୋ ଯଶୋଦା
ତୁହି ପରା ମୋର ରାମ ମୁଁ ତୋ କୌଶଲ୍ୟା
ଝୁରେ ଏଇ ବୃନ୍ଦାବନ ଝୁରେ ଅଯୋଧ୍ୟା
ଝୁରଇ ଯଶୋଦା ମାତା ଝୁରେ କୌଶଲ୍ୟା ।
ତୁହି ମୋ ନୀଳାଚଳିଆ ମୁହିଁ ଗୁଣ୍ଡିଚା
ତୁହି ପତିତପାପନ ମୁହିଁ ପତିତା
ଝୁରେ ମନ ବଡଦାଣ୍ଡ ଝୁରେ ଝୁରେ ଲଳିତା
ଝୁରଇ ଗୁଣ୍ଡିଚା ମାତା ଝୁରଇ ବିଶ୍ଵା ।
କେବେ କହ୍ନେଇ ଆସିବୁ ବାଜିବ ବଇଁଶି
କେବେ କୋଦଣ୍ଡ ଉଠିବ ପାପ ଦେବ ନାଶି
ତୋ ବଇଁଶୀ ସୁରେ ସୁରେ ଜଗତ ହସିବ
ତୋ କୋଦଣ୍ଡ ପରଶରେ ଶାନ୍ତି ବିରାଜିବ ।
କେବେ ଜଗା ଆସିବୁ ତୁ ଧଳା ଘୋଡା ଚଢି
ଧରମ ଯୁଦ୍ଧରେ ତୁ ଯେ ନିଜେ ଯିବ ଲଢି
ମାଣିକ ଦହିରେ କେବେ ତୃଷା ମେଣ୍ଟାଇବୁ
ପତିତପାବନ ନାମ ସାର୍ଥକ କରିବୁ ।
କେବେ କଂସ ନାଶ ଯିବ ରାବଣ ମରିବ
ଦେବକୀ ହସିବ ପୁଣି କୌଶଲ୍ୟା ବସିବ
ପାପ ସବୁ ଧୋଇ ଯିବ ଦୁଃଖସବୁ ବହିଯିବ
ପବିତ୍ରତା ଭରି ମନ ଆନନ୍ଦେ ନାଚିବ ।
କେବେ ସିଂହାସନ ଛାଡ଼ି ଆସିବୁ ଦାଣ୍ଡେ ଦଉଡି
ଭକତ ଭାବରେ ମଜ୍ଜି ରଥ ରହିବ
କେବେ
ଭକତିରେ ବାନ୍ଧି ହୋଇ ରଥୁ ଆସିବୁ ଓହ୍ଲାଇ
କେବେ ଦୁରାଚାରୀ ଗଣେ ଦଣ୍ଡ ମିଳିବ ।
ରାମ ଅବା ଶ୍ୟାମ ହେଉ ଅବା କଳାଧନ ହେଉ
ଅବତର ଧରାଧାମେ ପାପ ନାଶ ପାଇଁ
ପ୍ରତୀକ୍ଷା ମୁଁ କରିଅଛି ଆଶାବାଦୀ ହୋଇ ଅଛି
ପତିତପାବନ ନାମ ରଖିବ ସାଇଁ ।
