STORYMIRROR

Jitendra Seth

Romance

4  

Jitendra Seth

Romance

ପ୍ରତିଛବି

ପ୍ରତିଛବି

1 min
400

ନୁହେଁ ମୁଁ କୌଣସି ଚିତ୍ରକାର

ତଥାପି ସେଦିନ ତୁଳି ଧରୁଧରୁ

ସାତ ରଙ୍ଗରେ ଆଙ୍କି ଦେଇଥିଲି 

ରୂପ ଲାବଣ୍ୟରେ ଭରା ପ୍ରତିଛବି ଟିଏ.... 


ଯେବେ ଯେବେ ମୁଁ ଏକୁଟିଆ ଥାଏ 

ମୋ ଆଗରେ ଜୀବନ୍ତ ହୋଇଉଠେ 

ସେ ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ 

କଳଙ୍କ ବିହୀନା ପ୍ରତିଛବି ଟି 

ଯାହାକି ମୋର ମାନସପଟଳକୁ 

ଅତିରଞ୍ଜିତ ମନ୍ତ୍ରମୁଗ୍ଧ କରିପକାଏ... 


ମୋ ଭାବନାର କଳ୍ପବୃକ୍ଷ ତଳେ ବସି 

କହିଯାଏ କେତେଯେ ପ୍ରେମ ଭରା କଥା 

ଗାଇଯାଏ ମହୁମାଛି ପରି ଗୁଣୁଗୁଣୁ କଣ୍ଠରେ 

କେତେଯେ ମନଛୁଆଁ ଗୀତ ସବୁ 

ଲେଖିଯାଏ ମୋର ହାତ ପାପୁଲିରେ 

ତା ନାଁ ସାଙ୍ଗରେ ମୋର ନାଁ 

ପୁଣି ଚାହୁଁ ଚାହୁଁ ଉଭେଇ ଯାଏ କୁଆଡ଼େ 

ଆଉ ଯେତେ ଖୋଜିଲେ ବି 

ପାଏନା ମୁଁ ତାର ସତ୍ତା... 


ସେଇ ଅତୀତର 

ଯେଉଁ କଳ୍ପିତ ପ୍ରତିଛବିକୁ ମନେ ମନେ 

ଖୋଜି ବୁଲୁଥିଲି ସ୍ଵପ୍ନର ଅନ୍ଧକାରରେ 

ସେ ଆଜି ମୋ ପାଖରେ ମୋ ପ୍ରେମିକା ରୂପରେ 

ଅସମ୍ଭବ ଲାଗୁଥିଲେ ମଧ୍ୟ ମୋ ପାଇଁ ଭାଗ୍ୟର ବରଦାନ୍

ଯେମିତି ଖୋଜୁଥିଲି ସେମିତି ପାଇଚି ପାଖରେ 

ମନର ମିଳନ ତ ହେଇ ସାରିଛି

ବାକି ଅଛି ତ କେବଳ 

ଆଶୀର୍ବାଦ ସହ ହସ୍ତବନ୍ଧନ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance