STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପ୍ରତିବାଦ

ପ୍ରତିବାଦ

1 min
450

କାହିଁକି ବା କରିବି ମୁଁ ତୁଚ୍ଛା ପ୍ରତିବାଦ !

ତୁମ ସହ ଅଭିମାନର ବା ଅଛି କିଛି ଲାଭ ?

କେଉଁ ତୁମେ ଶୁଣି କିଛି କରିଛ ନା କରିବ କି କେବେ !

ନିରବ ନିଥର ହୋଇ ବସିଅଛ ସିନା

କେଜାଣି ସେ କେଉଁ ତୁମ ଅଦେଖା ଧାମରେ,

ତୁମ ପାଇଁ ତ ଏ ସବୁ ତଥାକଥିତ ସୃଷ୍ଟିଲୀଳା ମାତ୍ର

ଯାହା ଅଜ୍ଞ ଚିତ୍ତରେ ମୋର ଅତ୍ୟନ୍ତ ଦୁର୍ବୋଧ୍ୟ। 


ଯାହା ସବୁ ପ୍ରାପ୍ତ ମୁଁ ହୋଇଛି ଜୀବନର ପ୍ରତି ସୋପାନରେ

ତାହା ସବୁ ତୁମ ଦାନ ବୋଲି ଶୁଣିଛି ବହୁବାର କାନେ

ବିଶ୍ବାସ ବି କରିଛି ନିଶ୍ଚିତେ କାରଣ ତୁମେ ଯେ ଈଶ୍ୱର

କିନ୍ତୁ ଯେବେ ମୁଁ ହରାଇ ବସେ ପ୍ରାପ୍ତ ସମ୍ବଳ ସବୁ

ଝୁଣ୍ଟି ପଡ଼ି ବହୁବାର ରୁଧିରକ୍ତ ହୁଏ ଅବୟବ

କେବେ ଅପମାନର ଗ୍ଲାନିରେ ମୁଁ ଜଳେ

କେବେ ବିଫଳତାର ଅବସାଦରେ ସୁଖ ମୋର ଢଳେ

ସେତେବେଳେ କାହିଁକି ରଚ ଛଳନାର ମାୟା ଇନ୍ଦ୍ରଜାଲ

କେବେ ନିୟତିର ମଥାରେ ତୁମେ ଲଦିଦିଅ ଦୋଷ

କିମ୍ବା ମୋ କର୍ମଫଳ ବୋଲି ମୋତେ ଦିଅ ଅପଯଶ।


ମୁଁ ଏଠି ଜୀବ ହୋଇ କାଟୁଥିବି ନିଷ୍ପ୍ରାଣ ଜୀବନ

ତୁମେ ଏକା ପରମ ବୋଲାଇ ଏମିତି ଖେଳି ଚାଲିଥିବ

ମୋ ସାଥିରେ ମୋତେ କିଛି କାରଣ ନ ଦର୍ଶାଇ,

ମୁଁ ଏମିତି ବାଧ୍ୟ ହୋଇ ତୁମ ଦତ୍ତ ଜୀବନକୁ

ଜିଉଁଥିବି ଅଧା ବୁଝା ଆଉ କିଛି ଅବୁଝା ସୂତ୍ରରେ

ତୁମେ ସେମିତି ନଚେଇ ଚାଲିଥିବ ମୋତେ

ତୁମ ରଚିତ ଏ ମାୟାର ରଙ୍ଗମଞ୍ଚର କଣ୍ଢେଇ ନାଚରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract