ପ୍ରତି ରାତ୍ରିର ପ୍ରୀତି ପସରା
ପ୍ରତି ରାତ୍ରିର ପ୍ରୀତି ପସରା
ନିଶାରେ ନିଶାରେ ଲେଖେ ମୁଁ କବିତା
ସ୍ୱପ୍ନରେ ସ୍ଵପ୍ନରେ କିଏ ହୁଏ ମୋର ବନିତା
କେବେ ଚନ୍ଦ୍ରାଲୋକେ ଭାବି ବସେ ପୁଣି
ଧାଇଁ ଯାଇ ତୋଳି ଆଣିବାକୁ ଦୁନିଆର ସବୁ ଶୂନ୍ୟତା
ଅଜଣା ପ୍ରିୟାର ଅଜଣା ମୂର୍ଚ୍ଛନେ ନିତି
ଝଙ୍କୃତ ହୁଏ ମୋର ସାରା ତନୁ ମନ
ଜାଣେନା କାହିଁକି ଅବାସ୍ତବକୁ ନେଇ
ମନ ଦେଖି ଚାଲେ ହଜାରେ ସପନ
ମନେ ମୋର ଆଜି ଭରେ ନାହିଁ ସୁଖ
ସଙ୍ଗୀତର ସେ ଅଭୁଲା ସାତ ସୁର
ହୃଦୟ ବିଚରା ଖୋଜେ କା ସାହାରା
ଯେଉଁଠି ନ ଥିବ ଖାଲି ତୋର ମୋର
କେତେ ପୂର୍ଣ୍ଣମୀ କଟି ଗଲା ଏକା
ଅମାବାସ୍ୟା ହସେ ଦାନ୍ତ ନିକୁଟାଇ
ସେ କାହୁଁ ବୁଝିବ ମୋହରି ଭାବନା
ଥୁଣ୍ଟା ବରଗଛ ମୁଁ ଯେ ତୁମକୁ ହରାଇ
ଦେଖ ପୁଣି ନୂଆ ପତ୍ରରେ ସଜେଇ ହେଲାଣି
ଧରଣୀ ମହାବାତ୍ୟାର ତାଣ୍ଡବ ପରେ ପରେ
ତୁମେ କଣ ଅଫେରା ବାଟର ବାଟୋଇ ଗୋ ପ୍ରିୟା
ସଦା ଭର ଶୂନ୍ୟତା ର ରଙ୍ଗ ମୋ ହୃଦୟରେ
ଚାନ୍ଦ ର ଚକୋର ମଲ୍ଲି ର ଗଜରା
ସଦା ତୁମ ଲାଗି ମୁଁ କେତେ ଝୁରେ
ଚାହିଁ ଚାହିଁ ନିତି ତୁମ ଫେରିବା ବାଟକୁ
ହୃଦୟ ନିତି ମୋ ହଜାର ବାର ଜୀଇଁ ପୁଣି ମରେ