STORYMIRROR

ବଳରାମ ବାରିକ

Romance

2  

ବଳରାମ ବାରିକ

Romance

ପ୍ରଥମ ପ୍ରେମର ସିଡ଼ି।

ପ୍ରଥମ ପ୍ରେମର ସିଡ଼ି।

1 min
553



କୈଶୋରର ପହିଲି ପରଶେ

ମନ ଅଲଗା ପ୍ରକାର ଲାଗିଥିଲା।

ଗାଁ ,ବିଲ,ଆମ୍ବତୋଟା ନଦୀ କୂଳେ

ଏ ଆଖି ତା ବାଟ ଚାହିଁ ରହୁଥିଲା।


ତାର ମୃଗ ନୟନୀ ଆଖି

ରାଜହଂସୀ ଚାଲି

କୁଞ୍ଚକୁଞ୍ଚିଆ ଚୁଟି

ପଦ୍ମ ପାଖୁଡା ଓଠ

ମୋତେ ବିନା ବରଷାରେ ଭିଯାଇଲା


ଜାଣିନି ମୋ ସାଥେ କଣ ଘଟୁଥିଲା

ଏ ମନ ସବୁବେଳେ ତାକୁ ଖୋଜୁଥିଲା।

ସେ ବେଳେବେଳେ ମତେ ଦେଖି ହସୁଥିଲା

ମୋ ହ୍ୟାଣ୍ଡ ରାଇଟିଙ୍ଗ ସୁନ୍ଦର କହୁଥିଲା।


ମୋତେ ଭଲ ପିଲା ଭାବି .....

ଟିଉସନ ଗଲାବେଳ ବାଟରେ

ଚକଲେଟ ମୋ ଠାରୁ ଖାଉଥିଲା


ଇସ୍କୁଲ କଥା ଛାଡ ଭାଇ ....

ଟିଉସନ ଦିନେ ନଆସିଲେ ସିଏ

ମନ ଗୋଳେଇ ଘାଣ୍ଟି ହେଉଥିଲା


ଗଣେଷପୂଜା ଦିନ....

ଯେବେ ରଙ୍ଗୀନ ଡ୍ରେସ ପିନ୍ଧି ଆସୁଥିଲା

ମୋତେ ସବୁଠୁ ସୁନ୍ଦରୀ ଲାଗୁଥିଲା

ମୋ ଦିଲ ଦିବାନ ହେଉଥିଲା

ମୋର ସପନ ରାଇଜ ସାଜୁଥିଲା ।


ସତ କହୁଛି ମୋତେ ଭାରି ବାଧିଥିଲା

ମାଟ୍ରିକ ପରୀକ୍ଷା ଫଳ ବାହାରିବା ପରେ ପରେ

ତା ଦାଦା ସାଙ୍ଗରେ କଟକ ସହର ଚାଲିଗଲା

ସେଠି କଲେଜ ପଢିବ କହୁଥିଲା

ସିଡ଼ି ରେ ଚଢିଥିଲି ଗୋଡ଼ ଖସିଗଲା।


ବଳରାମ ବାରିକ

ନଟିଲ ,ଯାଜପୁର/ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance