STORYMIRROR

Jayashree Maharana

Abstract

2  

Jayashree Maharana

Abstract

ପ୍ରଥମ ପ୍ରେମର ଅଭୁଲା ସେ ସ୍ମୃତି

ପ୍ରଥମ ପ୍ରେମର ଅଭୁଲା ସେ ସ୍ମୃତି

1 min
3.1K

ପ୍ରଥମ ପ୍ରେମର ଅଭୁଲା ସେ ସ୍ମୃତି

ହୃଦୟେ ସାଇତି ରଖି

ମହାର୍ଘ୍ୟରେ ତା'ର ଭିଜୁଅଛି ନିତି

ପାଇଛି ମନର ସଖୀ


ଯଉବନ କୂଳେ ଅଜଣା ଆବେଗ

ଦେହକୁ ମୋହର ଛୁଇଁ

ନୂଆ ଭାବାବେଗ ପ୍ରୀତି ସମୀରଣ

ନୀରବେ ଉଠିଲା ଗାଇ


ବିଜନ ବେଳାରେ ମନ ଖୋଜୁଥିଲା

ପ୍ରୀତିର ପରଶ ପାଇଁ

ମୋ ଭିତରେ ମୁଁ ଖିଆଲି ସାଜିଲି

ସେଦିନ ପାଶୋରି ନାହିଁ


ମନ୍ଦିର ବେଢାରେ ଦେଖିଲି ଝିଅଟି

ସରଳ ନିରୀହ ଆଖି

କାହିଁକି କେଜାଣି ଦେଖି ଦେଇ ତାକୁ

ରହିଲା ଆଖି ମୋ ଲାଖି


ପ୍ରଭୁଙ୍କ ପାଦରେ ପ୍ରଣତି ଜଣାଇ

ମୁଦ୍ରିତ ନୟନେ ବସି

ମନର ଆଶାକୁ ପ୍ରକାଶ କରୁଛି

ଭାବିକି ଦେଲି ମୁଁ ହସି


ତା ପାଇଁ ଛାତିରେ ଦରଜ ବଢ଼ିଲା

ଖୋଜିଲି ଠିକଣା ତା'ର

ପଡିଶା ଗାଆଁର ଝିଅ ସେ କନକ

ଝୁମିଲା ମନଟା ମୋର


ମନର ଦେଶରେ ରାଣୀ କରିବାକୁ

ହୋଇଲି ବ୍ୟାକୁଳ ମୁହିଁ

କଲେଜ ବାଟରେ ନିଇତି ଅପେକ୍ଷା

କରିଲି ସେଠାକୁ ଯାଇ


ସିଏ ବି ଯୌବନ ରଙ୍ଗରେ ଆଚ୍ଛନ୍ନ

ବୁଝିଲା ପ୍ରେମର ପାଠ

ଦୁହେଁ ହାତ ଧରି ଅତିକ୍ରମ କଲୁ

ପ୍ରେମର ସୁନ୍ଦର ବାଟ


ପ୍ରଥମ ପ୍ରେମର ରଙ୍ଗରେ ଭିଜିଲୁ

ହଜିଲୁ ପୀରତି ରାଜ୍ୟେ

ପାଶେ ଥିଲେ ତା'ର କାହିଁକି କେଜାଣି

ଚାହିଁଲା ସେ ଲାଜେ ଲାଜେ


ପ୍ରଥମ ପ୍ରେମର ରଙ୍ଗ ତନୁ ମନେ

ଭରିଲା ମଧୁର ଭାବ

ସେହି ଅନୁଭୂତି ଲୁଚା ଛପା ପ୍ରୀତି

ଭାଷାରେ କି କହିହେବ


ଗଢ଼ିଲୁ ପ୍ରୀତିର ଛୋଟିଆ ମନ୍ଦିର

ସାଜିଲୁ ପ୍ରେମର ଭକ୍ତ

ପ୍ରଥମ ପ୍ରେମର ଅଭୁଲା ସେ ସ୍ମୃତି

ଝୁରୁଛି ଆଜି ମୁଁ ନିତ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract