STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ପ୍ରଥମ ଦେଖା

ପ୍ରଥମ ଦେଖା

1 min
124

ଏକାକୀ

ବଞ୍ଚିବାର ମୋହ

ମାେ ତୁଟିଛି

ଯେବେଠୁ ତୁମକୁ ଦେଖିଛି,


ଆବଶ୍ୟକତା ପାଲଟି ସାରିଛ ତୁମେ

ପ୍ରତିଟି ସ୍ପନ୍ଦନ ସହ ସାମିଲ୍ ଏବେ

ଉଦାସୀ ଆକାଶେ ତୁମ ପାଇଁ ପ୍ରେମମୟ

ଉଦାସ ନୁହେଁ  ଏବେ

ପରିପୂର୍ଣ୍ଣ ଭଲ ପାଇବାର ମେଘମାନ


ସବୁ ନୂଆ ନୂଆ ଲାଗେ

କାଲିର ଜହ୍ନ ,

ଆଜି କାହିଁ ନିଜର ଲାଗେ

ବଗିଚାର ସବୁ ଗୋଲାପ 

କାହିଁ ତୁମ ପାଇଁ କୁହେ

ଚଗଲା ପବନ 

କାହିଁ ତୁମ ପରି ବାସେ

ମୁଁ କାହିଁ ମୁଁ ହୋଇ ନାହିଁ

ଭଲ ପାଇବା ରେ

ମୁଁ ହେଲି ପ୍ରେମ ମୟ

ତୁମ ମୟ


ମତୁଆଲା କେଉଟ ପ୍ରାୟ ଏବେ ଏ ମନ

ତୁମେ କାଳେ ,

ସେ ପ୍ରାପ୍ତି

ମାେ ମୋହ

ମାେ ନିର୍ବାଣ


ଭଲ ପାଇବାର ଉଷ୍ମତା ରେ

ତୁମକୁ ଲଭିବାର ତୀବ୍ରତା ରେ

ମନର ଗୁପ୍ତ ସୁପ୍ତ ଭାବ

ଏବେ ଝରୁଛି କଲମରେ

କେବେ ଚିଠିରେ

କେବେ ଗୀତରେ

ତ କେବେ କବିତାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract