ପ୍ରଥମ ଦେଖା
ପ୍ରଥମ ଦେଖା
ଚାଲୁଥିଲି ମୁଁ ବାଟେ ଏକା ଏକା
ଦେଖାହେଲା ଯେବେ ତୁମ ସାଥିରେ
ହୃଦୟେ ବଗିଚା ମୋ ଫୁଟିଥିଲା ପ୍ରେମର ଗୋଲାପ
ତୁମ ସହ ସେଇ ପ୍ରଥମ ଦେଖାରେ ।
ଜାଣେନି କେଉଁ ବନ୍ଧନେ ବାନ୍ଧିଦେଇଥିଲ
କରିନେଇଥିଲ ମୋତେ ନିଜର
ତୁମ ସେ ନିରୀହ ଆଖିର ଚାହାଣି
କିଣିନେଇଥିଲା ହୃଦୟକୁ ମୋର ।
ତୁମ ସେ ନିଷ୍ପାପ ଓଠର
କେଇପଦ ମିଠା କଥା
ମୋତେ ଡାକି ନେଇଥିଲା
ତୁମ ସହ ଚାଲିବାକୁ ପ୍ରେମର ରାସ୍ତା ।
ତୁମ ସେ ସରଳ ମଧୁର ହସ
ଅନ୍ଧାରମୟ ଜୀବନେ ଭରି ଦେଇଥିଲ ନୂତନ ଅଲୋକ
ମୋ ଜୀବନ ମେରୁରେ ବର୍ଷାଟୋପା ସାଜି
ଆସି ଭରି ଦେଇଥିଲ ଶୀଥିଳତାର ସୁଖ ।
ମନେ ମୋର ଏକ ଭୟ ଉଙ୍କି ମାରିଥିଲା
ଅଧବାଟେ ହାତ ଛାଡି ଦେବନିତ ଚାଲିବାକୁ ଏକା
ମୋ ପ୍ରେମକୁ ତୁମେ ସ୍ୱୀକୃତି ଦେଲାପରେ
ମଧୁର ସ୍ମୃତି ସାଜିଛି ଆମ ସେଇ ପ୍ରଥମ ଦେଖା ।
ତୁମକୁ ପାଇ ବଦଳି ଯାଇଛି ଏ ଜୀବନ ମୋଡ଼
ବଦଳିଛି ଆଜି ଭାଗ୍ୟରେଖା ମୋହର
ବିଧାତା ପାଖେ ମୁଁ ରୁଣୀ ଆଜି
ସାଥି ରୂପେ ତୁମକୁ ଦେଇଛି ମୋତେ ଉପହାର ।

