STORYMIRROR

Arun Kumar Mohanty

Romance

3  

Arun Kumar Mohanty

Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
13.9K


ଦେଖୁଛି ନିତି ମୁ ତୁମ ପ୍ରତିଛବି

ମୋ ହୃଦୟ ଘସରା ଆଲବମ୍ ରେ....

ସପନ ପରି ସବୁ ଭାଙ୍ଗିଗଲା ମୋ

ମନ ମରୁଭୁମିର ମରୀଚିକାରେ ..।୧।


ପ୍ରଥମ ପ୍ରେମର ସେ ପ୍ରଥମ ସ୍ମୃତି

ମଧୁ ଠୁ ମଧୁର ଲାଗେ ତାରି ପ୍ରୀତି....

ନିଜକୁ ନୂଆକରି ଆବିସ୍କାର କଲି

ଯେବେ ତୁମ ସହ ପ୍ରଥମ ଦେଖା ହେଲି..।୨।


ତୁମର ସେ ପଲକ ବିହୀନ ଚାହାଣୀ

କହୁଥିଲା ପ୍ରେମର ମଧୁର କାହାଣୀ....

ତୁମର ମଧୁଝରା ପ୍ରତିଟି ବାଣୀ

ରାଗ ସଂଙ୍ଗୀତର ମୃର୍ଚ୍ଛିତ ରାଗିଣୀ.. ।୩।


ତୁମର କୋମଳ ସ୍ପର୍ଶରେ ହୃଦୟ ମୋ

ଫୁଲର ବାସ୍ନା ପରି ମହକି ଉଠିଲା

ତୁମକୁ ଖୋଜିଖୋଜି ମୋ ମନ ପ୍ରଜାପତି

ତୁମ ମନ ଅରଣ୍ୟକୁ ଉଡି ଆସିଲା..।୪।


ନୀଳ ନୀଳିମାର ନୀଳକଣ୍ଠ ପକ୍ଷୀ

ଭାସୁଥିଲେ ମନ ଦରିଆରେ ନୌକା ସାଜି

ଆଶା ଆକାଂକ୍ଷାର ଅସୁମାରୀ ଖୁସି

ମୀନ ପରି ପ୍ରେମ ଜାଲେ ହୋଇଲି ବନ୍ଦୀ..।୫।


ପ୍ରେମ ପଞ୍ଜୁରୀରେ ଏବେ ପାଉଚି ପୀଡା....

ଭୁଲିବାକୁ ଚାହିଁଲେ ଭି ଭୁଲି ପାରେନା......

ସହିବାକୁ ହୁଏ ଏଠି ବିରହ ଯନ୍ତ୍ରଣା

ଭୁଲି ପାରୁନି ମୁ ସେ ପ୍ରଥମ ଦେଖା..।୬।


Rate this content
Log in

Similar oriya poem from Romance