STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ପୃଥିବୀ

ପୃଥିବୀ

1 min
1.1K


ପୃଥିବୀ ଗ୍ରହର ଜିବାସ୍ମ ଭିତରୁ ଚେଇଁ 

ପୃଥିବୀରେ ଜନ୍ମି କାନ୍ଦୁ କୁଆଁ କୁଆଁ କହି 

ପୃଥିବୀ କମଳା ଲେମ୍ବୁ ପରି ଚେପଟା 

କାହିଁ ଆମେ ତ ଖସିଯାଉ ନାହିଁ 

ସାହିତ୍ୟ ଭୂଗୋଳ ବିଜ୍ଞାନ ଭିତ୍ତିରେ 

ଆମ ଅବସ୍ଥିତି ପୃଥିବୀ ପୃଷ୍ଠରେ 

ହାତପାପୁଲିରୁ ପିମ୍ପୁଡି ପଡୁନି ଉତ୍ତରେ ଥାଇ

କିମ୍ଭୂତ କିମାକାର ଲାଗେ ଅଣାକାରଙ୍କ ସୃଷ୍ଟି 

ଗଢ଼ିଛନ୍ତି ଵିଧାତା କୌଶଳେ ଆମ ପାଇଁ 

କେତେ ନଦୀ ପାହାଡ଼ପର୍ବତ ଆକାଶ ସମୁଦ୍ର 

ଗଛ ବିଲ ବଣ ମୁଲକ ଯାଇଛି ଛାଇ 

ବିଭିର୍ଣ୍ଣ ପକ୍ଷୀ ପଶୁ ଫୁଲ ଫଳ ଚମକୁଛି ଏହି ମହୀ 

ସତରେ ତୁଳନା ନାହିଁ, ତା ସଙ୍ଗେ ସ୍ଥାପତ୍ୟ

 ଭାସ୍କର୍ଯ୍ୟ କୌଶଳ ହାତରେ ଦେଇ 

ମଣିଷ ଗଡ଼ୁଛି କେତେ ସପ୍ତାଶ୍ଚର୍ଯ୍ୟ 

କୀର୍ତ୍ତୀ ସ୍ତମ୍ଭ ହୋଇକି ଯାଉଛି ରହି 

ସେସବୁର ଧ୍ବଂସ କରନା ମଣିଷ 

ପ୍ରକୃତି ରେ ବଞ୍ଚିରହି 

ଅନ୍ୟକୁ ବଂଚିବା କଳା ଶିଖାଇ 

ଶୋଇଯିବା ଆଗୁ ମଶାଣୀ ଭୂମିରେ 

ମରତର ଯଶ ଗୌରବ ଦେବା ବଢାଇ 

କିଏ ପିନ୍ଧେ କଣ କିଏ ଖାଏ କଣ କିଏ କୋଉ ନାଚ ନାଚେ 

ସଭିଙ୍କ ଭାବନା,ମାନସିକତା, ସୌନ୍ଦର୍ଯ୍ୟବୋଧତା ଉଚେ 

ନିକିତି ତଉଲ ସାନ ବଡକୁ ଭୌଗୋଳିକ ପଥେ 

ମାନବର ମାନବୀୟତା ଚାଲିଥାଏ ସର୍ବ ସାଥେ 

ପୃଥିବୀ ଆମ ମାଆ, ସର୍ବଦା ହୁଏ ସାହା 

ପ୍ରକୃତି ରୂପକ ଶାଢ଼ୀ ତା ଶରୀର ଶୋହେ 

ଅଳଙ୍କାର ତାର ପର୍ବତ ପାହାଡ଼ ହ୍ରଦ ବିଲ ବନ 

ଏକଥା ଭୂଲନା କେବେ, ବୁଦ୍ଧି ବିବେକ ଯୋଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract