STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ପୃଥିବୀ ମୁହଁରେ ତୁଣ୍ଡି

ପୃଥିବୀ ମୁହଁରେ ତୁଣ୍ଡି

1 min
11.5K


ଓଲେଇ ଗାଈର ମୁହେଁ କେବେ ଥିଲା

ହଳୁଆ ବଳଦ ମୁହେଁ

ଆଜି ଏ ପୃଥିବୀ ମୁହଁରେ ତୁଣ୍ଡିଟା

ସଚେତନ ବାର୍ତ୍ତା କହେ।


କି ବେଳ ହେଲା ଏ କି କାଳ ହେଲା

ଆସିଛି ଏ ମହାମାରୀ

ରାସ୍ତାଘାଟ ସବୁ ଖାଁ ଖାଁ କଲାଣି

ଗଢ଼ିଦେଲା ଶୁନ୍ୟପୁରୀ।


ଚୀନ୍ ରୁ ଜାତ ଏ ବିଷାକ୍ତ ଭୂତାଣୁ 

ଆଖିକୁ କେବେ ଦିଶେନା 

ଛୁଇଁଲେ କି ପାଖେ ବସି କଥାହେଲେ

ଆସି କରେ ତନାଘନା।


ହାତର ଚର୍ମରେ ଲୋମମୂଳେ କେବେ

ସନ୍ଧିରେ ରହେ ଜାବୁଡି

ବିନା ଲିକୁଇଡ଼ ହ୍ୟାଣ୍ଡ ୱାସରେ ସେ

ଯାଏନା ସେ ସ୍ଥାନ ଛାଡି।


ଛିଙ୍କିଲେ କାଶିଲେ କିବା କଥାହେଲେ

ଅନ୍ୟର ଦେହକୁ ଡିଏଁ

ସେଥିପାଇଁ ପରା ତୁଣ୍ଡି ବାନ୍ଧିଦେଲେ

ବସି ସେ ଲୁହ ଝରାଏ।


ଚୀନ୍ ରୁ ଇଟାଲି ପୁଣି ଆମେରିକା

ଭାରତ ଜର୍ମାନ୍ ଧାଏଁ

ପୃଥିବୀର ସବୁ ସ୍ଥାନ ଭ୍ରମିସିଏ

ଯନ୍ତ୍ରଣାର ସ୍ୱାଦ ଦିଏ।


ସେ ଭୂତାଣୁ ନାସାପଥରେ ପହଁଚି

ଗଳାରେ ପହଞ୍ଚି ଯାଏ

ଫୁସଫୁସକୁ ଯାଇ କେତେ ଖେଳ ଖେଳି

ଜୀବନକୁ ମାରି ଡିଏଁ।


ଯେତେ ଜ୍ଞାନୀ ଶ୍ରେଷ୍ଠ ପାରିଲେନି ଗଢି

ଔଷଧ ଚିକିତ୍ସା ପାଇଁ

ସରକାର ପ୍ରଭୁ ଆମ କଥା ଭାବି

ରଖିଛି ଘରେ ଲୁଚେଇ।


ମୁହେଁ ଦେଇ ତୁଣ୍ଡି ମାନିଲେ ସରାଗେ

ରଖି ସାମାଜିକ ଦୂରତା

ଏ ଦୁଷ୍ଟ ଭୂତାଣୁ ମାଡିବନି ପାଖ

ଆମେ ହୋଇବା ବିଜେତା। 


ଲକଡାଉନ ସଙ୍ଗେ ସଟଡାଉନରେ

ପୃଥିବୀ ପିନ୍ଧିଛି ତୁଣ୍ଡି

କରୋନା ଭୂତାଣୁ ଦାଉରୁ ଆମକୁ

ରକ୍ଷାକର ଗଡ଼ଚଣ୍ଡୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational