STORYMIRROR

Jyotiranjan Acharya

Inspirational Others

3  

Jyotiranjan Acharya

Inspirational Others

ପୃଥିବୀ ଦିବସରେ ଅନୁଚିନ୍ତା

ପୃଥିବୀ ଦିବସରେ ଅନୁଚିନ୍ତା

1 min
11.7K


ଧରା ଦିବସରେ ଧରିତ୍ରୀ ମାଆକୁ 

ମାଗୁଣି ଏତିକି ମୋର ,

କ୍ଷମା କରିଦେବୁ ଦୁଷ୍ଟାମି ଅଝଟ

ଅବୋଧ ପିଲାଙ୍କ ତୋର। 

ଦେ ଶୁଭ ବୁଦ୍ଧି ମନ ହେଉ ଶୁଦ୍ଧି 

ଲେଉଟି ଆସୁ ଅବାଟୁ,

ମାଟିମାଆ ସାହା ନହେଲେ କେ ହେବ

ବଞ୍ଚାଇବ କିଏ ସଙ୍କଟୁ।

ମାନିଗଲୁ ଦୋଷ ନୁହଁ ମାତ ରୋଷ

କରିବୁନି ଅବହେଳା, 

ପାଣି ଓ ପବନ, ମୃତ୍ତିକା ଗଗନ

ଜୀବନ ପାଇଁକି ଲୋଡା ।

ପରସ୍ପର ମଧ୍ୟେ ରଖିବୁ ସଦ୍ଭାବ 

ଜୀବଙ୍କ ସାଧିବୁ ହିତ, 

ତରୁ ଲତାଙ୍କୁ ବି କରିବୁ ସେନେହ

ଭାବି ତାଙ୍କୁ ଆମ ମିତ।

ଆବଶ୍ୟକତାର ଆବଦ୍ଧେ ରହିବୁ 

ସମ୍ପଦ କରି ସଞ୍ଚୟ, 

ଆମୋଦ ପ୍ରମୋଦେ ହୋଇ ମଦମତ୍ତ

କରିବୁନି ଅପବ୍ଯୟ।

ଏ ବିକଟ ସ୍ଥିତି କ୍ରୋଧିତ ପ୍ରକୃତି 

ମୃତ୍ୟୁର ତାଣ୍ଡବଲୀଳା, 

ମାତିଛି ଭୂତାଣୁ ଜ୍ଞାନ ବୁଦ୍ଧି ସ୍ଥାଣୁ 

ଆଶଙ୍କାରେ କଟେ ବେଳା।

ହେଲା ପ୍ରାୟଶ୍ଚିତ ଏଥର ନିଶ୍ଚିତ 

ନହୁଡିବୁ କେବେ ପଥ,

ଶିରେ ରଖି ହାତ ଦେ ମା ଆଶିଷ 

ଢାଙ୍କି ସବୁଜ ପଣତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational