STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ପ୍ରତାରଣାର ଜହର

ପ୍ରତାରଣାର ଜହର

1 min
183


ଦିନେ ସେ ଲକ୍ଷେ ତାରା 

ଫୁଲ ତୋଳି ମୋ ଗଭାରେ

ସଜେଇବାର ପ୍ରତିଶ୍ରୁତି ଦେଇଥିଲ।

 ସେ ପ୍ରେମର ବନରେ ମୁଁ ଥିଲି ସ୍ୱର୍ଣ୍ଣ କମଳ

କେତେ ସୁନ୍ଦର ମଧୁ ବସନ୍ତ ସମୟ ହଜିଗଲା

ସମୟର ଧାରରେ।

ବହୁତ ବିଶ୍ୱାସର ପ୍ରଗାତ ସୁତାକୁ 

 ଛିଡାଇ ଦେଇଗଲା

ପରଦେଶୀ ଉଡା ଚଢେଇ ପରି 

ତା ଦେଶକୁ ଉଡ଼ିଗଲା।

ମତେ ପ୍ରତାରଣାର ଜହରରେ ଜାଳିଦେଇ

ମୁଁ ଜଳୁଛି ଏକାକୀ ବର୍ଷାକୁ ଝୁରୁଥିବା ଚକୋରୀ ପରି

ବୟସର କୃଷ୍ଣଚୁଡ଼ା ଝାଉଁଳି ଗଲାଣି

ସମୟର ସୁଅରେ 

ସେ ବହୁତ ଆଗକୁ ବଢ଼ିଗଲେଣି 

ମୁଁ ସେଇ ପାହାଡର ଧାରରେ 

ସେଇ ପଳାଶ ଗଛ କଡ଼ରେ ।

ଖୋଲା ହାତରେ 

ମୁଠାଏ ସିନ୍ଦୂରର ଅପେକ୍ଷାରେ।

ପ୍ରତାରଣା ପାଇଲେ ପରେ ବି 

ମୋର ଭରସା ତୁଟିନି

ପ୍ରଥମ ପ୍ରେମର 

ପ୍ରଥମ ପ୍ରତିଶ୍ରୁତିକୁ।

ପ୍ରତାରଣା ବେଶୀ ବଡ଼ ହେଇଗଲା 

ପ୍ରେମର ପାଖରେ।

ଦିନେ ଲକ୍ଷେ ତାରା ଫୁଲ ତୋଳି ମୋ ଗଭାରେ

ସଜେଇବାର ପ୍ରତିଶ୍ରୁତି ଦେଇଥିଲା

ଆଖିରେ ଆଖିଏ ଲୁହ ରଙ୍ଗ ଦେଇଗଲା

ଓଠର ହସ ଗଲା ପୋଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy