## ପ୍ରତାରଣା ##
## ପ୍ରତାରଣା ##


ପ୍ରଥମ ପ୍ରେମର ପ୍ରଥମ ପରଶ
ପାଶୋରି ପକାଇ ପ୍ରିୟା
ପ୍ରିୟତମକୁ କରି ଦେଲୁ ପର
ପାଇଣ ପ୍ରେମିକ ନୂଆ ........
ପିନ୍ଧି ପକାଇଲୁ ପାଦରେ ପାଉଁଜି
ପାରି ହେଲୁ ଦେହେ ପାଟ
ପ୍ରିୟ ପ୍ରିୟ କହି ପୀରତି ପୀୟୁଷ
ପିଇ ଦେଲୁ ଚଟା ପଟ.........
ପ୍ରିୟା ଲୋ ପ୍ରିୟା ତୁ ପାଶୋରି ପାରିଲୁ
ପ୍ରୀତି ଭରା ପଛ ସ୍ମୃତି
ପଡିଲାନି ମନେ ପଦେ କଥା ମୋର
ପାହୁ ଥିଲା ଯେବେ ରାତି.........
ପଇସା ତୋ ପାଇଁ ବଡ଼ ହୋଇଗଲା
ପଛେ ପଡ଼ି ଗଲା ପ୍ରେମ
ପ୍ରତାରଣା ଦେଲୁ ପ୍ରତାରିକା ସାଜି
ପୁରା କଲୁ ନିଜ ଧର୍ମ ............