ପ୍ରତାରଣା PROMPT 14
ପ୍ରତାରଣା PROMPT 14

1 min

22.8K
ବନ୍ଧୁ ହେ.....
ଶୂନ୍ୟ ଅଗଣାରେ ମୋର
ଭରିଦେଲ ବିଷ ହଳାହଳ
ଏହା କି ତୁମକୁ ସଙ୍କେତରେ ମୁହିଁ
ମାଗୁଥିଲି ବାରମ୍ବାର ।
ମନର ଭାବନା ବୁଝି ନ ପାରିଣ
ଏ କି ଦୋଷ କଲ ଅକାରଣେ
ଦୁହିଁଙ୍କ ମଧ୍ୟରୁ କିଏ ଜଣେ ଦୋଷୀ
ସେହି ଏକା ଜଣେ ଜାଣେ ।
ଯାହାର ଆଦେଶେ ଧରାଵତରଣ
ଯାହାର ଆଦେଶେ ମୃତ୍ୟୁ ଆବରଣ
ତାହାଙ୍କୁ ବିନତି ପ୍ରତିକ୍ଷଣେ
ସେ ଏକା କରିବେ ହିସାବ ନିକାଶ
ମିଳନ ବିଚ୍ଛେଦ ସମାଧାନ ।