STORYMIRROR

Manoja kumar Pattnayak

Romance Tragedy

3  

Manoja kumar Pattnayak

Romance Tragedy

ପ୍ରତାରଣା ପ୍ରେମୀ

ପ୍ରତାରଣା ପ୍ରେମୀ

1 min
233

ପ୍ରଥମ ପ୍ରେମର ଅକୁହା କଥା କୁ 

ଆଜିବି ଏମନ ଝୁରେ

ଚାନ୍ଦିନୀ ରାତିରେ ଜହ୍ନ ଉଇଁ ଗଲେ

ତୁମ ପାଇଁ ଜଳି ମାରେ


ପ୍ରେମର ଆରମ୍ଭ ହୋଇଥିଲା ମୋର

ନିଛାଟିଆ ସେଇ ବାଟେ

ସେଇ ବାଟଦେଇ ବୁଲିଯାଉଥିଲେ

ନୀତି ଏ ସହର ହାଟେ


ମୋ ହାତ ଉପରେ ତୋ ହାତକୁ ରଖି

ବାଟ ଚାଲୁଥିଲୁ ସାଥୀ

ମୋ ଛାତି ଉପରେ ମଥାକୁ ରଖି ତୋ

ରାତି ଯାଉଥିଲା ବିତି


ପ୍ରେମର ଭାବକୁ କାଳିରେ ଲେଖିବା

ମୋ ପାଖେ ସମ୍ଭବ ନୁହେଁ

ପ୍ରେମ ପରିଭାଷା ସଜେଇ ଲେଖିବା

ମୋପଖରେ ଶବ୍ଦ ନୁହେଁ


ଭଲ ପାଇଥିଲି ମନ ଦେଇଥିଲି

ପ୍ରେମ କରିଥିଲି ଥରେ

ସେଥିପାଇଁ ପ୍ରିୟା ତୋ ପ୍ରେମ କୁ

ଆଜି ସବୁଦିନ ଝୁରି ମରେ


ତୋ ପ୍ରେମରେ ପ୍ରିୟା ପାଗଳ କରିଲୁ

ସାଜିଲା ଏମନ ଅନ୍ଧ

ଗେଣ୍ଡା ଭିତରୁ ମୁଁ ମୁକ୍ତା ଖୋଜିଲି

ମନିଲିନି ବାଡ଼ ବନ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance