ପ୍ରତାରଣା ପ୍ରେମୀ
ପ୍ରତାରଣା ପ୍ରେମୀ
ପ୍ରଥମ ପ୍ରେମର ଅକୁହା କଥା କୁ
ଆଜିବି ଏମନ ଝୁରେ
ଚାନ୍ଦିନୀ ରାତିରେ ଜହ୍ନ ଉଇଁ ଗଲେ
ତୁମ ପାଇଁ ଜଳି ମାରେ
ପ୍ରେମର ଆରମ୍ଭ ହୋଇଥିଲା ମୋର
ନିଛାଟିଆ ସେଇ ବାଟେ
ସେଇ ବାଟଦେଇ ବୁଲିଯାଉଥିଲେ
ନୀତି ଏ ସହର ହାଟେ
ମୋ ହାତ ଉପରେ ତୋ ହାତକୁ ରଖି
ବାଟ ଚାଲୁଥିଲୁ ସାଥୀ
ମୋ ଛାତି ଉପରେ ମଥାକୁ ରଖି ତୋ
ରାତି ଯାଉଥିଲା ବିତି
ପ୍ରେମର ଭାବକୁ କାଳିରେ ଲେଖିବା
ମୋ ପାଖେ ସମ୍ଭବ ନୁହେଁ
ପ୍ରେମ ପରିଭାଷା ସଜେଇ ଲେଖିବା
ମୋପଖରେ ଶବ୍ଦ ନୁହେଁ
ଭଲ ପାଇଥିଲି ମନ ଦେଇଥିଲି
ପ୍ରେମ କରିଥିଲି ଥରେ
ସେଥିପାଇଁ ପ୍ରିୟା ତୋ ପ୍ରେମ କୁ
ଆଜି ସବୁଦିନ ଝୁରି ମରେ
ତୋ ପ୍ରେମରେ ପ୍ରିୟା ପାଗଳ କରିଲୁ
ସାଜିଲା ଏମନ ଅନ୍ଧ
ଗେଣ୍ଡା ଭିତରୁ ମୁଁ ମୁକ୍ତା ଖୋଜିଲି
ମନିଲିନି ବାଡ଼ ବନ୍ଧ ।

