STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପୃଷ୍ଠପୋଷକ

ପୃଷ୍ଠପୋଷକ

1 min
10


ବାଟ ତ ଅନେକ ବାଟୋଇ ଅନେକ 
ପଥ ବାଛିବାକୁ ହୁଏ ଏକକ
ଐଶ୍ଵର୍ଗିକ ଭାବନା ନୈବେଦ୍ୟ ବାଢି
କାଳଜୟୀ ହୁଏ ମାଣିକ 
କାଳଜୟୀ ଅର୍ଥ ବି ଏକରେ ଅନେକ 
ଅନେକରେ ଏକ କଳାମାଣିକ 
କିଏ ସେ କହିବ କର୍ମ ଫଳ ଅବା ଭାଗ୍ୟ 
ଦେଖିଛି ଆଗୁଆ କୋଉ ବଣିକ 
ରାସ୍ତା ଅନେକ କର୍ମ ଅନେକ ଭିତରେ 
ଗାନ୍ଧିଜୀ ଥିଲେ ଏକକ 
ସେଥିପାଇଁ ସିଏ ମହାତ୍ମା ବୋଲାଇ 
ବାପୁ ନାମରେ ଦେଶ ରକ୍ଷକ 
ସ୍ୱାଧୀନତା ନୁଁହଁ ଛୋଟ ଉପହାର 
କିଣି ଦେଇ ହେବ ପାକ୍ଷିକ 
ସତ୍ୟ ବାଟର ଅଂହିସା ପୂଜାରୀ ସିଏ 
ଦେଶ ମାତୃକାର ପୂଜକ 
ନେଇ ଆଣି ଥୋଇ ଦେବା କଥା ନୁଁହଁ
ଅସାର ଏଇ ଗୋଲକ 
ବୁଦ୍ଧି ବିଦ୍ୟା ଥିଲେ ଆସାଧ୍ୟ୍ୟ ସାଧାନ 
କରଣୀୟ କାରକ 
କେ କେତେ ଗଲେଣି କାଳର କରାଳେ 
ମାଟି ମଟାଳର ବନ୍ଧୁକ 
ଗୁଳି ନୁଁହଁ ପାଳି କରି ଦେଶ ଧୂଳି ବୋଳି 
ରଖିଗଲେ ଜାତିର ଟେକ 
ଆଜି ଜୟନ୍ତୀରେ କି ଦେଇ ପାରିବି 
ମାଗେ ଟିକେ ପଦଧୂଳି ତିଳକ 
ବାଟର ବାଟୋଇ ଦି ଦିନ କୁଣିଆ ଏଇଠି 
କିଏ  ଜୀବକ ଅବା ଯୌଗିକ
ଗାନ୍ଧିହେ ନମସ୍ୟ ସର୍ବଦା ମରି ବି ଅମର
ଚିରସବୁଜ ଦେଶସେବକ
ଆଣ୍ଠୁ ଲୁଚୁନଥିବା ଧୋତି ସହ ଅଣ୍ଟା ଘଣ୍ଟା 
ଦେଶଟା ତୁମର ଥିଲା ପୈତୃକ
କିଏ  ତୁମ ବାଟ ଅନୁସରି ରଖିବ ଟେକ
ପଥିକ ଜଣେ ଏଠି ପଥ ଅନେକ
ଶାରଦୀୟ ପୂଜାରେ ମାଆ ପଦେ ପ୍ରଣାମ 
ଧରାକୁ ଆସୁଥାଅ ବନି ଆଗନ୍ତୁକ 
ଦଶହରା ଆମ ସଂସୃତି ପରମ୍ପରା ସଂହତି 
ବିଜୟା ଦଶମୀ ପୃଷ୍ଠପୋଷକ 
,,,,,,,,,,,,,,,,,
ସୁନନ୍ଦା ମହାନ୍ତି 
ସାକ୍ଷୀଗୋପାଳ 
ପୁରୀ 
9040977327


Rate this content
Log in

Similar oriya poem from Abstract