STORYMIRROR

Shashanka sekhar Ray

Inspirational

4  

Shashanka sekhar Ray

Inspirational

ପ୍ରଶିକ୍ଷଣ

ପ୍ରଶିକ୍ଷଣ

1 min
150


ଯିଏ ଅନ୍ଧାରୁ ଆଲୋକକୁ ଆଣିଛି ମୋତେ

ପାଟି ଚିରି ଅମୃତ ଦେଇଛି ବଞ୍ଚିବାକୁ

ଶିଖାଇଛି ଚାଲିବାର କଳା 

 ସେ ମାଟି ହେଉ ପାଣି ହେଉ କି ଆକାଶ

ତାକୁ କଣ କେବେ ଭୁଲିହେବ ।

ମାଟିରେ ପାଦ ଥାପିବା 

ଏତେ ସହଜ କଥା ନୁହେଁ

ଚାଲୁ ଚାଲୁ ଝୁଣ୍ଟିପଡିଛି ଅନେକ ବାର

ତାର ହିସାବ ନାହିଁ

କିଛି କଥା ନୁହେଁ ଏଠି ଅସମ୍ଭବ ।

ଯନ୍ତ୍ରଣା ନ ଥିଲେ ସେ କି ଜୀବନ

ଅନ୍ଧାର ନଥିଲେ ଆଲୁଅର କିବା ପ୍ରୟୋଜନ 

ସେଥିପାଇଁ ତ୍ ଆମେ ଅନ୍ଧାରୁ

ଚାଲିଥାଉ ଆଲୋକ ସନ୍ଧାନେ ।

କଷ୍ଟ ସହିବାକୁ ହୁଏ ସଦା

ଦୃଢ ମନୋବଳ ଇଚ୍ଛାଶକ୍ତି ନେଇ ସ୍ଥିତପ୍ରଜ୍ଞ ସାଜି

ଘୁରୁଥିବା ମାଛ ଆଖିରେ ତୀର ମାରିବା ପରି

ଏକଲୟେ ରହିଥାଏ ଚାହିଁ ଆଗେ ଥିବା ନିଶାଣେ ।

କିଛିଦିନ ପରେ ସବୁ ଠିକଠାକ୍ ହୋଇଯିବ 

ଗତାନୁଗତିକ ଢଙ୍ଗରେ 

ଅଣ୍ଟା ସଳଖି ଚାଲିବାକୁ 

ଅନ୍ୟର ଆସରା ଆଉ ପଡିବନି ଦରକାର 

ଏକା ଏକା ମୁଁ ପାରିବି ଚାଲି 

ପରେ କାହିଁ ଭୁଲିଯାଏ ତାଙ୍କୁ

ଯିଏ ରାତିରାତି ଉଜାଗର ମୋପାଇଁ

ଲହୁଲୁହକୁ ବରଫ କରି

ନିଜ ଜୀବନକୁ ପାଣି ଛଡେଇ

ଉଡାଣ ଶିଖାଇଥିଲା ନୀଳ ଆକାଶେ

ଚଲାଇ ଶିଖାଇଥିଲା ମାଟି ପାଣି ପବନରେ 

ମୋ କଅଁଳ କଅଁଳ ହାତ ଧରି ।

ଗର୍ବେ ଛାତିପିଟି ଆଜି କାହିଁ କହୁଛି

ମୁଁ ମାଟି ଫଟାଇ ଜନ୍ମ ନେଇଛି

ମାଟି ପାଣି ପଵନେ ଉଡୁଛି ଅନାୟସେ

କିଏ ସେ ପ୍ରଶିକ୍ଷକ 

ଆବଶ୍ୟକତା ନାହିଁ ମନେ ରଖିବାର

ପ୍ରଶିକ୍ଷଣ ଦେବା ତାଙ୍କର ଚିରାଚରିତ କାମ

କାହିଁକିବା ତାଙ୍କୁ ହେବି ମୁଁ ଏତେ ଆଜି ଝୁରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational