STORYMIRROR

Santanu Bisoi

Tragedy Inspirational

3  

Santanu Bisoi

Tragedy Inspirational

ପରୋପକାରାୟ

ପରୋପକାରାୟ

1 min
222

ପର ଦୁଃଖ ଦେଖି ସମଦୁଖି ହୁଅ

ପର ସୁଖେ ହୁଅ ସୁଖି,

ଆପଣା ଦୁଃଖରେ ଲୁହ ନ ଗଡାଇ

ବଞ୍ଚିବା ଯାଅ ହେ ଶିଖି।।


ପର ଅମଙ୍ଗଳେ ପର ଦୁଶ୍ଚିନ୍ତାରେ

କୁଜ୍ଜନେ ଦିଅନ୍ତି ମନ,

ପତିତେ ଇତରେ ସହଯୋଗ କାରି

ଲଭି ଥାଏ ସନମାନ।।


ପରଦୁଃଖ ଦେଖି ଗୋପବନ୍ଧୁ ଦାସ

ଆଖିରୁ ଝରାଇ ଲୁହ,

ବିପଦେ ଆପଦେ ମହାଦୁର୍ଭିକ୍ଷରେ

ବୁଲୁଥିଲେ ଗୃହ ଗୃହ।।


ପ୍ରାଣୀଙ୍କ ଆରତେ ପୂଜ୍ୟ ଭୀମଭୋଇ

ସତତ ଥିଲେ ଚିନ୍ତିତ,

ଜଗତ ଉଦ୍ଧାର କରିବାର ବ୍ରତ 

ମାନବେ କଲେ ଉସତ।।


ମାନବର ସେବା ମାଧବଙ୍କ ସେବା

ସେବାରେ ସୁଖ ମିଳଇ,

ପର ଉପକାରେ ନ ଲାଗିଲେ ଜୀବ

ଜୀବ ଥାଇ ଲାଭ ନାହିଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy