STORYMIRROR

Dr Simant Kumar Nanda

Romance

3  

Dr Simant Kumar Nanda

Romance

ପ୍ରଣୟ ସେଦିନ ଦେଖିଲି ତୁମକୁ

ପ୍ରଣୟ ସେଦିନ ଦେଖିଲି ତୁମକୁ

1 min
213


ସେଦିନ ଦେଖିଲି ତୁମକୁ ପ୍ରୀୟା,

ମନ୍ଦିର ବେଢ଼ାରେ।

କହିବାକୁ କିଛି ଭାଷା ଥିଲା ତୁମରି ଓଠରେ।

ଚାହାଣୀ ରେ ମାଦକତା, ନୟନ କୋଣ ରେ।

ତରଙ୍ଗାୟିତ ହେଲା ମୋର ସ୍ନାୟୁତନ୍ତ୍ର ମସ୍ତିଷ୍କ ଭିତରେ।

ଭଲପାଇବା ଟା ଉଠିଲା, ଚଞ୍ଚଳ ହୋଇ

ମୋ ମନ ଭିତରେ,ତୁମ ପାଇଁ।

ପୁନର୍ବାର ଦେଖିବାର ଲାଳସା ନେଇ,

ପ୍ରଣୟର ପକ୍ଷୀ ଉଡ଼ିଗଲା,

ପ୍ରାଣର ପଞ୍ଜୁରୀ କୁ,ମେଲା କରି ଦେଇ।

 ଠିକଣା ଖୋଜି, ତୁମ ସନ୍ଧାନ ର ପାଇଁ।

ଦିନ ସିନା ଗଲା ବିତି, ସରିଲାନି ରାତି।

ଦେଖିବାକୁ ତୁମକୁ, ଜିଦି କଲା ମତି।

ନିଜକୁ ହଜାଇ ଦେଲି, ଖୋଜିବାରେ ନିତି।

ସେଦିନ ଦେଖିଲି, ଝଙ୍କାଳିଆ ଗଛ ଛାଇ ତଳେ,

ପାର୍କ ର ଏକାନ୍ତ କୋଣରେ।

କରକଙ୍କଣ ତୁମ ବେଢ଼ିଥିଲା, କାହାର ଗଳାରେ।

ଦାଉ ଦାଉ ଜଳୁଥିଲା, ସୀମନ୍ତିନୀ, ସୁନ୍ଥ। ରେ ସିନ୍ଦୂର।

ମାନିଲାନି ଆଖି ମୋର, ବହିଗଲା ଶ୍ରାବଣର ଧାର

ଝଲକାଏ ପବନରେ, ଲିଭିଗଳା ପ୍ରୀତି ର ପ୍ରଦୀପ, ଆଶାର ମାନସ ମନ୍ଦିରେ।

ମନକୁ ବୁଝେଇ ଫେରିଲି, ନିଷ୍ପ୍ରେମ ହୃଦରେ।

ତୁମକୁ ଦେଖିଲି ସେଦିନ, ଝଙ୍କାଳିଆ ଗଛର ଛାଇରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance