STORYMIRROR

Aishwarya Mishra

Abstract Classics Inspirational

3  

Aishwarya Mishra

Abstract Classics Inspirational

ପ୍ରଣୟ ଈଶ୍ଵର

ପ୍ରଣୟ ଈଶ୍ଵର

1 min
193


ତୁମେ ମୋ ମନ ପ୍ରାଙ୍ଗଣର ଇପ୍ସିତ ଈଶ୍ଵର

ହୃଦୟ ଆଇନାରେ ଶତତ ପ୍ରତିବିମ୍ବିତ

ତୁମର ହିଁ ପ୍ରତିଛବି ,


ହୋଇପାର ତୁମେ ଯଶୋଦା ମାଆର

ହୃଦୟ ପସରା, ନୟନ-ମଣି 

ମାଆ ଦେବକୀର କୁଳନନ୍ଦନ ,

ବସୁଦେବଙ୍କ ତନୟ ବାସୁଦେବ ,

କୋଟି ଗୋପାଙ୍ଗନାଙ୍କ, ଦେହ-ମନ-ପ୍ରାଣର ପ୍ରିୟତମ ;

ରାଧାରାଣୀଙ୍କ ରାସରାସେଶ୍ଵର ଶ୍ରୀକୃଷ୍ଣ,


ବେଳେବେଳେ ଭାବେ, 

କେଉଁ ଭାବରେ ବାନ୍ଧିବି ତୁମକୁ, 

ତୁମେ ତ ନିତ୍ୟ ନିର୍ବିକାର ଅନନ୍ତ

କି ଦେଇ ଅବା ପୂଜିବି ତୁମକୁ

ମୋ ଜୀବନର,

ହସ-ଲୁହ, ସୁଖ-ଦୁଃଖ , ବିଭବ-ଐଶ୍ବର୍ଯ୍ଯ

ସବୁ ତ ତୁମରି ଦାନ ,


ମୁଁ ତ ଛାର ପାତକୀଟିଏ ମାତ୍ର

ମୋ ପାଖରେ କାହିଁ ମୀରାଙ୍କ ଭକ୍ତି !

ଭକ୍ତ ବିଦୂରର ଆସକ୍ତି !

ଶାଗ ଭଜା ଦେଇ ତୃପ୍ତ କରିବାର ସାମର୍ଥ୍ୟ !

କୁବ୍ଜାର ମନ ନେଇ ,

ମୁଁ ତ ଜଗିପାରିବି 

କେବଳ ତୁମରି ଆସିବା ବାଟକୁ ,

ମୋ ମୁକ୍ତିର ପଥକୁ ,


ବିଭାବରୀ ଆଗମନେ 

ରଚିପାରିବି ଶୃଙ୍ଗାର,

କେବଳ ତୁମ ନୀଳ ରଙ୍ଗରେ,

ନିଜକୁ ଟିକେ ରଙ୍ଗାଇବି ବୋଲି,

ନିଃସ୍ଵ ଜୀବନର ଶେଷ ନିଃଶ୍ଵାସ ଯାଏଁ

କରିପାରିବି ପ୍ରତୀକ୍ଷା,


କିନ୍ତୁ କଥା ଦିଅ ପ୍ରଭୁ

ଜୀବ ଯିବା ବେଳେ ନିଶ୍ଚେ ଆସିବ ତୁମେ

ସାଜି ମୋର ଚିର ଇପ୍ସିତ ପ୍ରଣୟ ଠାକୁର

ପଙ୍କିଳ ମୋ ଜୀବନ ଦସ୍ତାବିଜ ଉପରେ,

କରିବାକୁ ତୁମ ପୁଣ୍ୟମୟ ନୀଳାଭ ସ୍ଵାକ୍ଷର


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract