STORYMIRROR

Subrat Malik

Inspirational

4  

Subrat Malik

Inspirational

ପ୍ରଣାମ ଉତ୍କଳ ମାତା

ପ୍ରଣାମ ଉତ୍କଳ ମାତା

1 min
234

ସାରା ରାଇଜରେ ପଡ଼ିଅଛି ହୁରି ଉତ୍କଳ ଦିବସ ଆଜି 

ଆବାଳବୃଦ୍ଧବନିତା ପାଳିବେ ଅତୀତକୁ ନିଜ ହେଜି ।।


ଭାରତ ବରଷେ ଭାଷା ଭିତ୍ତେ ଗଢ଼ା ପ୍ରଥମ ରାଇଜ ମୋର 

ଐତିହ୍ୟ ସଂସ୍କୃତି କଳା ଭାସ୍କର୍ଯ୍ୟର ନାହିଁ ଯା'ର ପଟାନ୍ତର ।।


ଇତିହାସ କୁହେ ବୀରତ୍ୱ କାହାଣୀ ସମୟ ରହିଛି ସାକ୍ଷୀ 

ଦେଶ ଜାତି ପାଇଁ ଏ ମାଟି ସନ୍ତାନ ପ୍ରାଣକୁ ଦେଇଛି ତ୍ୟାଗୀ ।।


ତପୀ ମୁନି ଋଷି ସାଧୁସନ୍ଥଙ୍କର ଜନ୍ମସ୍ଥଳ ଏଇ ମାଟି 

ସାଧନା ବଳରେ ଅସାଧ୍ୟ ସାଧିକି ଆଣିଛନ୍ତି ବିଶ୍ୱେ କ୍ରାନ୍ତି ।।


ମନ୍ଦିର ମାଳିନୀ ଭୁବନେଶ୍ୱରଠୁ ଜଗନ୍ନାଥ ଧାମ ପୁରୀ 

କୋଣାର୍କ ମନ୍ଦିର ପୃଥିବୀ ବିଖ୍ୟାତ ପାରିବ କି କେହି ଭୁଲି !


ମହାନଦୀ ଧୁଏ ଚରଣ ଯୁଗଳ ପାରାବର ଗାଏ ଗୀତି 

ଗିରିରାଜି ବନ ଜୀବନ୍ତ ପ୍ରତିମ ସବୁଜିମାମୟ ଛାତି ।।


ଗୁଣେ ମହନୀୟା ସଦା ବନ୍ଦନୀୟା ଓଡ଼ିଶା ମୋ ଜନ୍ମଭୂଇଁ 

ଲକ୍ଷେ ପୁଣ୍ୟ ବଳେ ତା ଧରାପୃଷ୍ଠରେ ଜନମ ଲଭିଛି ମୁହିଁ ।।



Rate this content
Log in

Similar oriya poem from Inspirational